Odia News Portal

ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ ସୋନିଆ ଗାନ୍ଧୀ

ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବେ। କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଚିକିତ୍ସା ପାଇଁ ସେ ବିଦେଶ ଗସ୍ତ କରୁଥିବା ନେଇ ସୂଚନା ମିଳିଛି। ଏନେଇ ଜୟରାମ ରମେଶ ସୂଚନା ଦେଇଛନ୍ତି। ଜୟରାମ ରମେଶ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ମାଆଙ୍କ ସ୍ଵାସ୍ଥ୍ୟାବସ୍ଥା ମଧ୍ୟ ଖରାପ ଅଛି।

ବିଦେଶରେ ଚିକିତ୍ସା ସମୟରେ ସେ ତାଙ୍କ ମାଆଙ୍କ ସହ ସାକ୍ଷାତ କରିବେ। ଏହାପରେ ସ୍ଵଦେଶ ଫେରି ଆସିବେ। ଏହାପରେ ସେପ୍ଟେମ୍ଵର ୪ରେ ରାହୁଲ ଗାନ୍ଧୀ କଂଗ୍ରେସର ଏକ ଗୁରୁତ୍ଵପୂର୍ଣ୍ଣ ରାଲିରେ ସମ୍ବୋଧନ କରିବେ। ଦେଶରେ ମହଙ୍ଗା ମାଡ଼କୁ ନେଇ କଂଗ୍ରେସ ଦୀର୍ଘ ଦିନ ହେଲା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଆସୁଛି। ସେପ୍ଟେମ୍ଵର ୪ରେ ମହଙ୍ଗାମାଡ଼ ବିରୋଧରେ ହଲ୍ଲା ବୋଲ କରିବ କଂଗ୍ରେସ। ଦିଲ୍ଲୀର ରାମଲୀଲା ମଇଦାନରେ ଏଥିପାଇଁ ଏକ ବଡ଼ ରାଲିର ଆୟୋଜନ କରାଯାଇଛି। ଏହି ରାଲିରେ ରାହୁଲ ଗାନ୍ଧୀ ସମ୍ବୋଧନ କରିବେ।