ବାରାଣସୀ: ବାରାଣସୀସ୍ଥିତ ଜ୍ଞାନବାପୀ ମସ୍ଜିଦ ମାମଲାରେ ପାଳଟା ସତ୍ୟପାଠ ଦାଖଲ କରିବାକୁ ଆହ୍ଳାବାଦ ହାଇକୋର୍ଟ ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)କୁ ୧୦ ଦିନ ମହଲତ ଦେଇଛନ୍ତି । ମସ୍ଜିଦ ପରିସରରେ ଥିବା ହିନ୍ଦୁ ଦେବାଦେବୀଙ୍କ ବର୍ଷତମାମ ପୂଜାର୍ଚ୍ଚନା ଅନୁମତି ଦାବିକରି ୫ ଜଣ ହିନ୍ଦୁ ମହିଳା ବାରାଣଦୀ ଜିଲ୍ଲା ଅଦାଲତରେ ଏକ ପିଟିିସନ ଦାଏର କରିଥିଲେ । ଅଦାଲତ ଏହାକୁ ଶୁଣାଣି ପାଇଁ ବିଚାରଯୋଗ୍ୟ ଘୋଷଣା କରିସାରିଥିବାବେଳେ ମସ୍ଜିଦ ପରିଚାଳନା କମିଟି (ଅଞ୍ଜୁମନ୍ ଇନ୍ତେଜାମିଆ) ଏହାର ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବୁଧବାର ହାଇକୋର୍ଟରେ ମସ୍ଜିଦ କମିଟି ପିଟିସନ୍ର ଶୁଣାଣି କରାଯି