Odia News Portal

ହାତୀପଲ ଉପଦ୍ରବ ..

କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ଓ ନର୍ଲା ରେଞ୍ଜ୍‌ରେ ଥମୁନି ହାତୀ ଉପଦ୍ରବ। ନର୍ଲା ନିକଟସ୍ଥ ରେଗିଡିମାଲ, ଡଙ୍ଗରମାଳ, ପାଙ୍ଗା, ତେର୍ଲୋ, ବାଙ୍କେଲ, ଭଟାଙ୍ଗ, ବମକ ଓ ରୁପ୍ରାରୋଡ ସେକ୍ସନରେ ଥିବା ଭଟାଖମାର, ଶ୍ରୀପୁର, ବୁର୍ଡିପଡାରେ ହାତୀପଲ ଉପଦ୍ରବ କରୁଛନ୍ତି। ଗୋଟିଏ ପଲରେ ପ୍ରାୟ ୩ ରୁ ୩୨ଟି ହାତୀ ରହୁଛନ୍ତି। ଉକ୍ତ ବନଖଣ୍ଡରେ ଶତାଧିକ ହାତୀ ରହୁଥିବା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହେଉଛି।

ହାତୀପଲ ଧାନ ଫସଲ ନଷ୍ଟ କରିଥିବା ନେଇ ଶଶିଦେବ ପୂଝାରୀ, ଚନ୍ଦ୍ର ପୂଝାରୀ, ବିରେନ୍ଦ୍ର ଚାନ୍ଦ, ଓ ଅନି ବିଶ୍ୱାଳ ପ୍ରମୁଖ ଅନେକ କୃଷକ ଅଭିଯୋଗ ଆଣିଛନ୍ତି। ତେବେ ରୁପ୍ରାରୋଡ ଓ ନର୍ଲା ସେକ୍ସନର ଫରେଷ୍ଟ କର୍ମଚାରୀ ବିଶ୍ଵଜିତ ଠାକୁର, ଭବାନୀ ଶଙ୍କର ନାଏକ ଓ ସ୍ଵତନ୍ତ୍ର ଟିମ୍ ଦିନରାତି ହାତୀ ଘୋଉଡାଇବାରେ ଲାଗିଥିବା ନେଇ ସୂଚନା ଦେଇଛନ୍ତି।