Odia News Portal

ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚୟ : ରୁଷ୍‌

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ନେଇ ରୁଷିଆ କଡ଼ା ପ୍ରତିକ୍ରିୟା ରଖିଛି। ଏହା ପୂର୍ବରୁ ରୁଷିଆ ଅନେକଥର ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ବୋଲି ଧମକ ଦେଇସାରିଛି। ହେଲେ ପ୍ରଥମ ଥର ରୁଷିଆ ସିଧାସଳଖ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଧମକ ଦେଇଛି।ଏଥିପାଇଁ ସେମାନେ ଆଂଶିକ ଭାବେ ଦାୟୀ ବୋଲି କହିଛି ରୁଷ୍‌ । ରୁଷରୁ ଏଭଳି ଧମକକୁ ନେଇ ବିଶ୍ୱଯୁଦ୍ଧର ଆଶଙ୍କା ବଢିଛି । ରୁଷର ଚେତାବନୀକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ମଧ୍ୟ ରୁଷ୍‌କୁ ସତର୍କ କରିଦିଆଯାଇଛି । ଯଦି ଆଗକୁ ରୁଷ୍‌ ଅଣୁ ଅସ୍ତ୍ର ବ୍ୟବହାର କରେ ତେବେ ଭୟଙ୍କର ପରିଣାମ ଭୋଗିବ । ଅନ୍ୟପଟେ ୟୁକ୍ରେନକୁ ନାଟୋରେ ସାମିଲ କରିବା ନେଇ ବହୁ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ ସପକ୍ଷରେ ଛିଡା ହୋଇଛନ୍ତି। ଏଭଳି ସ୍ଥିତିରେ କେଉଁ ମୁହୂର୍ତ୍ତରେ ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ବଢିଛି।