Odia News Portal

୭୦୭ଟି ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

ଜାଗା ମିଶନ ଅଧୀନରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଆଜି ରାଜ୍ୟର ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେର ଶୁଭାରମ୍ଭ ହେବ । ବୈଷୟିକ ସହଯୋଗ ପାଇଁ ଜାଗା ମିଶନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ‌ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଦ୍ଵାରା ୩୩ଟି ପୈ।ର ସଂସ୍ଥାର ୭୦୭ଟି ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଉତ୍ସର୍ଗ କରିବେ । ଏହାଛଡା ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ପୈ।ରାଞ୍ଚଳକୁ ବସ୍ତି ମୁକ୍ତ ସହର ଭାବେ ଘୋଷଣା କରିବେ ।