Odia News Portal

୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 77 ବର୍ଷରେ ପାଦ ଦେଇଛନ୍ତି ନବୀନ । ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ। 2000ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ 22ବର୍ଷ ଧରି ଲଗାତାର 5ଥର ମୁଖ୍ୟମନ୍ତ୍ରୀ ହେବାର ରେର୍କଡ ତାଙ୍କ ନାମରେ ରହିଛି। ଜନ୍ମଦିନରେ ବି ମୁଖ୍ୟମନ୍ତ୍ରୀ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ ବ୍ୟସ୍ତ ରହିବେ । ମେକ୍‌ ଇନ୍‌ ଓଡ଼ିଶା ସମ୍ମେଳନ ପାଇଁ ରବିବାରରୁ ୪ଦିନିଆ ହାଇଦ୍ରାବାଦ ଗସ୍ତରେ ଯିବେ । ବୁଧବାର ଓଡ଼ିଶା ଫେରିବେ ।

ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ନବୀନ ଶୁଭେଛୁମାନଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ ବୋଲି ସେ କହିଛନ୍ତି ।