Odia News Portal

ରାଜ୍ୟରେ ୧୦୭୩ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାଜ୍ୟରେ ୧୫ଶହ ଟି ଟିକାକେନ୍ଦ୍ରରୁ ୧ହଜାର୭୩ଟି କେନ୍ଦ୍ରରେ ଟିକାକରଣ ହୋଇପାରୁନାହିଁ ।

ନୂଆପଡା, ଝାରସୁଗୁଡା ଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାଜ୍ୟରେ ୩ଲକ୍ଷ ୬୦ହଜାର କୋଭିସିଲ୍ଡ ଟିକା ଓ ୨ଲକ୍ଷ ୩୦ହଜାର କୋଭାକ୍ସିନ ଟିକା ଉପଲବ୍ଧ ରହିଛି । ତେବେ ଟିକା ଅଭାବ ସମ୍ପର୍କରେ ବାରମ୍ବର ଚିଠି ଲେଖାଯାଇ କେନ୍ଦ୍ରକୁ ଅବଗତ କରଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।