Odia News Portal

ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ

ଦେବଗଡ଼: ଛେଳି ଓ ଗାଈକୁ ଝୁଣି ଖାଉଛି ଅଜଣା ଜନ୍ତୁ । ନିଆଳି ପରେ ଦେବଗଡ଼ରେ ମାତିଛି ଅଜଣା ଜନ୍ତୁ । ଦେବଗଡ଼ ଜିଲ୍ଲାର ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଜନ୍ତୁ ଆତଙ୍କ ଖେଳାଇଛି । ଅଜଣା ଜନ୍ତୁ ଆକ୍ରମଣରେ ଚକଡିହି ଗାଁର ଗୋଟିଏ ଗାଈ ଓ ୧୨ଟି ଛେଳିଙ୍କ ମୃତ୍ୟୁ ହୋଇଛି । ଗତ ଶନିବାର ଅପରାହ୍ନରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୧୨ଟି ଛେଳିର ମୃତ୍ୟୁ ଘଟିବା ସହ ୩ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ଜଣାପଡିଛି।

ସୂଚନାନୁଯାୟୀ, ଶନିବାର ଅପରାହ୍ନରେ ଚକଡିହି ଗ୍ରାମର ଛେଳିଚରାଳି ଜଙ୍ଗଲରୁ ଛେଳି ଚରାଇ ଫେରୁଥିଲେ। କୌଣସି କାରଣରୁ ବହୁ ଛେଳି ଇତସ୍ତତଃ ହୋଇ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଧାଇଁଯାଇଥିଲେ। ମାତ୍ର ଛେଳିମାନେ କାହିଁକି ଓ କେଉଁ ଆଡେ ଗଲେ ତାହା ଜାଣି ନ ପାରି ଛେଳି ଚରାଳିମାନେ ଫେରି ଆସିଥିଲେ। ତେବେ କୌଣସି ଏକ ଅଜଣା ବନ୍ୟ ଜନ୍ତୁ ଏମାନଙ୍କ ତଣ୍ଟିକୁ କଣା କରି ମାରୁଥିବାର ଜଣାପଡ଼ିଛି । ଅଜଣା ଜନ୍ତୁକୁ ଠାବ କରିବା ପାଇଁ ଦେବଗଡ଼ ବନ ବିଭାଗ ଉଦ୍ୟମ ଜାରି ରଖିଛି । ଜଙ୍ଗଲରେ ବନ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ଵନ ବିଭାଗର ସ୍ୱତନ୍ତ୍ର ଟିମ ଘଟଣାର ତନାଘନା ଚଳାଇଛନ୍ତି । ।