Odia News Portal

ଆସନ୍ତୁ ଜାଣିବା ଦେଢ ଶହ ବର୍ଷର ପୁରୁଣା ରହସ୍ୟମୟ ଗଛ ବିଷୟରେ

ଦେଢ ଶହ ବର୍ଷ ପୁରୁଣା ରହସ୍ୟମୟୀ ଗଛରୁ ଝରୁଛି ପାଣି। ମାଟି ଉପରୁ ପ୍ରାୟ ୧.୫ ମିଟର ଉଚ୍ଚରେ ଥିବା ଏହି ଗଛରୁ ଆପେଆପେ ପାଣି ଝରୁଛି। ଏହା କୌଣସି ରହସ୍ୟ ଠାରୁ କମ୍ ନୁହେଁ। ଏହାକୁ ଆପଣ ପ୍ରକୃତିର ବରଦାନ ବୋଲି ମଧ୍ୟ କହିପାରିବେ। ତେବେ କଣ ଆପଣ ଜାଣିଛନ୍ତି କି ଏହି ଗଛ ଅଛି କେଉଁଠାରେ ?

ଆମ ଚାରିପଟେ ଥିବା ବିଭିନ୍ନ ରହସ୍ୟମୟୀ ଜିନିଷ ଆମକୁ ପ୍ରକୃତି ଦାନ କରିଛି। ମୋଣ୍ଟେନିଗ୍ରୋ ଦେଶର ଡିନୋସା ଗ୍ରାମରେ ଏଭଳି ଏକ ରହସ୍ୟମୟୀ ଗଛ ଦେଖିବାକୁ ମିଳିଛି। ପ୍ରାୟ ୨୦ ବର୍ଷ ପୂର୍ବେ ଏହି ବୃକ୍ଷରୁ ଆପେଆପେ ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଏହି ଗଛରୁ ଝରଣା ଭଳି ଅନବରତ ପାଣି ବାହାରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ନଜାରା କେବଳ ଆପଣ କିଛି ସମୟ ପାଇଁ ଉପଭୋଗ କରିପାରିବେ। କାରଣ ଏହି ବୃକ୍ଷରୁ ଏକ ନିର୍ଦ୍ଧିଷ୍ଟ ଋତୁରେ ପାଣି ବାହାରୁଥିବା ଦେଖିବାକୁ ମିଳେ। କେବଳ ସେତିକି ନୁହେଁ କେବଳ ଦିନେ କି ଦୁଇ ଦିନ ଯାଏଁ ଏହି ଗଛରୁ ପାଣି ଝରିଥାଏ ଓ ଏହାପରେ ଆପେଆପେ ବନ୍ଦ ହୋଇଯାଏ।

ଏଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ବୃକ୍ଷ ତଳେ ପାଣିର ଏକ ସ୍ରୋତ ରହିଛି। ଯେତେବେଳେ ଜଳସ୍ତର ବୃଦ୍ଧି ପାଏ, ସେତେବେଳେ ଗଛର ଗଣ୍ଡିରେ ଥିବା ଖାଲିସ୍ଥାନ ଭେଦ କରି ଉପର ବାଟେ ପାଣି ନିର୍ଗତ ହୋଇଥାଏ।