Odia News Portal

ଅଧଘଣ୍ଟା ପୂର୍ବରୁ +୨ ପରୀକ୍ଷାର ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚିବ

ଭୁବନେଶ୍ୱର() ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସୁରୁଖୁରୁ ଭାବେ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ନକଲି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସେ କହିଛନ୍ତି ଯେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କଳାରେ ୨,୨୦,୪୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ବିଜ୍ଞାନରେ ୯୭,୫୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବାଣିଜ୍ୟରେ ୨୫,୭୮୫ ଛାତ୍ରଛାତ୍ରୀ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୭,୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।