Odia News Portal

ମୁମ୍ବାଇ ବିମାନବନ୍ଦରରୁ ୩୧ କୋଟିର ଧଳାଜହର ସହ କୋକିନ୍‌‌ ଜବତ

ମୁମ୍ବାଇ ବିମାନବନ୍ଦରରୁ କଷ୍ଟମ୍ସ ବିଭାଗ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ୪.୪୭ କିଲୋଗ୍ରାମ ଧଳାଜହର ଓ ୧.୫୯୬ କିଲୋଗ୍ରାମ କୋକିନ ଜବତ କରାଯାଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହି ଧଳାଜହର ମୂଲ୍ୟ ୩୧.୨୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାସହ ଜବତ ହୋଇଥିବା କୋକିନର ମୂଲ୍ୟ ୧୫.୯୬ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଧଳାଜହରକୁ ଫାଇଲ୍‌‌ ପ୍ୟାକେଟ୍‌‌ ମଧ୍ୟରେ ଲୁଚାଇ ଯାଇଥିବା ବେଳେ କୋକିନ୍‌‌କୁ ପୋଷାକ ବଟନରେ ଲୁଚାଇ ଯାଇଥିଲା। କଷ୍ଟମ୍ସ ବିଭାଗ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।