Odia News Portal

ନଦୀ ତଳୁ ମିଳିଲା ୩୪୦୦ ବର୍ଷ ପୁରୁଣା ସହର

ପ୍ରତ୍ନତତ୍ତ୍ୱବିତଙ୍କ ଏକ ଇଣ୍ଟରନ୍ୟାସନାଲ ଗ୍ରୁପ୍‌ ଇରାକର କୁର୍ଦିସ୍ତାନରେ ୩୪୦୦ ବର୍ଷ ପୁରୁଣା ସହର ଖୋଜି ବାହାର କରିଛନ୍ତି। ହଜାର ହଜାର ବର୍ଷ ପୁରୁଣା ଏହି ସହର ଟିଗାରିସ୍ ନଦୀ ତଳେ ମିଳିଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ଏବିଷୟରେ ସୂଚନା ଦେଇଛନ୍ତି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଏହି ଗ୍ରୁପ୍ କହିଛନ୍ତି, ଇରାକର ଟିଗାରିସ୍‌ ନଦୀ ତଳେ ସେମାନେ ୩୪୦୦ ବର୍ଷ ପୁରୁଣା ସହରର ବହୁ ଅବେଶଷ ପାଇଛନ୍ତି। ଯାହାକୁ ମିତ୍ତାନି ସାମ୍ରାଜ୍ୟ ଖୀଷ୍ଟପୂର୍ବ ୧୪୭୫ ଓ ୧୨୭୫ ଭିତରେ ତିଆରି କରିଥିଲା। ଏହି ସହରର ସନ୍ଧାନ ଟିଗାରିସ୍‌ ନଦୀ ଉପକୂଳରେ ଥିବା ମୋସୁଲ ବ୍ରିଜ୍‌ରେ ପାଣି କମ୍ ହେବା ଦ୍ବାରା ହୋଇଛି।

ମିଳିଥିବା ଅବଶେଷରେ ମାଟି-ଇଟାର କାନ୍ଥ, ବହୁ ଟାଓ୍ବାର, ବହୁ ମହଲା ବିଲ୍ଡିଂ ସହିତ ବହୁତ କିଛି ଜିନିଷ ଥିଲା। ମିତାନି ସାମ୍ରାଜ୍ୟର ଏହି ପ୍ରାଚୀନ୍ ସହରକୁ ନେଇ ଅନେକ ଉତ୍ସୁକତା ସୃଷ୍ଟି କରିଥାଏ। ତା ସହିତ ଏହି ସାମ୍ରାଜ୍ୟ ଭିତରେ ଏକ ବାଣିଜ୍ୟ କେନ୍ଦ୍ର Zakhiku ଥିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଇଭନା ପୁଲିଜା କହିଛନ୍ତି, ମୋଟା ମାଟିର କାନ୍ଥ ସହିତ ବିଲ୍ଡିଂକୁ ଖୁବ୍ ସାବଧାନ ସହକାରେ ଡିଜାଇନ୍ କରାଯାଇଥିଲା। ସେଠାର ମାଟିରୁ ୧୦ କ୍ୟୁନିଫର୍ମ ଟାବଲେଟ୍ ମିଳିଥିଲା। କ୍ୟୁନିଫର୍ମ ହେଉଛି ଲେଖିବାର ଏକ ପ୍ରାଚୀନ୍ ଶୈଳି। ବର୍ତ୍ତମାନ ଏହାକୁ ଅନୁବାଦ ପାଇଁ ପଠାଯାଇଛି।