ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ କହିଲେ ଏସଆରସି । ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେବ । ପୁରୀ , ଖୋର୍ଦ୍ଧା , ଜଗତସିଂହପୁର , କେନ୍ଦ୍ରାପଡା ବିଶେଷ ପ୍ରଭାବିତ ହେବ । ବ୍ୟାକ ବ୍ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଛି ।ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି । ସମୀକ୍ଷା ବୈଠକରେ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଅନୁସାରେ କର୍ମଚାରୀଙ୍କୁ ଛୁଟି ବାତିଲ କରିବେ ଜିଲ୍ଲାପାଳ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ସର୍ବାଧିକ ପାଣି ପାସ କରିବାକୁ ଥିବାରୁ ନଦୀ ବନ୍ଧକୁ ଜଗିବା ଜରୁରୀ । ପ୍ରଥମ ବନ୍ୟା ; ମୂଷା ଗାତ , ବିଲୁଆ ଗାତ ପାଇଁ ଗଳିଆ ପଡିପାରେ । ନଦୀ ବନ୍ଧ ପ୍ରତି ନଜର ରଖିବାକୁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି ।
