Odia News Portal

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ 5-T ସଚିବ

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟର ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଆଜି ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧି ମାନେ ସ୍ବାଗତ କରିଥିଲେ। ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭି କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ।‌ ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ସପକ୍ଷରେ ଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ମହାପ୍ରଭୁ ତାଙ୍କ କାର୍ଯ୍ୟ କରୁଛନ୍ତି। ଆମେ କିଛି ନୁହଁ। ମହାପ୍ରଭୁଙ୍କ ମାର୍ଗ ଦର୍ଶକରେ ହିଁ ସମସ୍ତ କାର୍ଯ୍ୟ ହେଉଛି। ଭକ୍ତର ହେଉଛନ୍ତି ଭଗବାନ। ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବବୋଲି ମହାପ୍ରଭୁଙ୍କ ଦର୍ଶନ ପରେ କହିଛନ୍ତି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।