Odia News Portal

ଏକ ଏମିତି ରୋଗ ଯେଉଁଥିରେ ଆଙ୍ଗୁଳିରେ ନଥାଏ ନଖ

ସୋସିଆଲ ମିଡିଆରେ ଏବେ ହାତର ଏକ ଫଟୋ ଫାଇରାଲ ହେଉଛି, ଯାହାକୁ ରେଡିଟ୍‌ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଯାହାକୁ ଦେଖି କୁହାଯାଉଛି ଯେ କିଛି ଲୋକ ଏମିତି ଦୁର୍ଲଭ ସ୍ଥିତିରେ ଜନ୍ମ ନେଉଛନ୍ତି, ଯେଉଁମାନଙ୍କ ଆଙ୍ଗୁଳିରେ ନ ନଥାଏ। ୟୁଜର ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଫଟୋକୁ ଦେଖି ଇଣ୍ଟରନେଟ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ଭାଇରାଲ ଫଟୋ ଏନୋନିଚିୟା ନାମକ ସିଣ୍ଡ୍ରୋମର ରେୟାର ମେଡିକାଲ କଣ୍ଡିସନ ସ୍ଥିତିକୁ ଦର୍ଶାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏକ ଦୁର୍ଲଭ ସ୍ଥିତି, ଯାହା ନଖ ଏବଂ ପାଦର ନଖକୁ ପ୍ରଭାବ ପକାଇଥାଏ।

ଏହି ଫଟୋକୁ ୧ ନଭେମ୍ବରରେ ରେଡିଟ୍‌ ୟୁଜର ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଏନୋନିଚିୟା ରୋଗ ସହ ଜନ୍ମ ହୋଇଥିବା ଲୋକଙ୍କର ଆଙ୍ଗୁଳିରେ ନଖ ନଥାଏ ଏବଂ ତାହା ବିକସିତ ବି ହୋଇନଥାଏ। ହାତର ଫଟୋକୁ ଦେଖି ବହୁତ ଗୁଡିଏ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛି। କିଛି ୟୁଜର୍ସ ତ କହୁଛନ୍ତି ଏମିତି ସିଣ୍ଡ୍ରୋମ୍‌ ଥିବା ଲୋକଙ୍କୁ ନିଜର ଦୈନ୍ୟନ୍ଦିନ ଜୀବନରେ ବହୁତ ସମସ୍ୟାକୁ ସାମ୍ନା କରିବାକୁ ପଡୁଥିବ। ଆହୁରି ବହୁତ ୟୁଜର୍ସ ଏହି ଭାଇରାଲ ଫଟୋକୁ ଦେଖି ନିଜର ପ୍ରତିକ୍ରୀୟା ଦେଇଛନ୍ତି। କିନ୍ତୁ ଘଟଣାର ସତ୍ୟାସତ୍ୟ ଜଣାପଡିନାହିଁ।