Odia News Portal

ଅହିରାଜକୁ କିସ୍ କରୁଛନ୍ତି ଯୁବତୀ

ଜଣେ ଯୁବତୀ ଏକ ବିଷଧର ସାପ ସହ ଖେଳୁଥିବା ନଜର ଆସୁଛି ।ଅନେକ ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ସାପକୁ ବିଲକୁଲ ବି ଡରନ୍ତିନାହିଁ । ଜଣେ ଯୁବତୀ କିଙ୍ଗ କୋବ୍ରାକୁ କିସ୍ କରିବାକୁ ଚେଷ୍ଟା କରୁଛନ୍ତି । ଯୁବତୀ ଜଣକ ଲୋକଙ୍କ ସାମ୍ନାରେ ଭିଡରେ ଏକ ଷ୍ଟେଜ୍ ଉପରେ କିଙ୍ଗ କୋବ୍ରାକୁ କିସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯୁବତୀଙ୍କ ହାତରେ ଏକ କଳା କପଡା ମଧ୍ୟ ନଜର ଆସୁଛି । ସେ ସାପର ଧ୍ୟାନ କପଡା ଆଡେ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ।

ଏହା ପରେ ସେ ଧିରେ ଧିରେ କିଙ୍ଗ କୋବ୍ରା ପାଖକୁ ଯାଉଛନ୍ତି ଏବଂ ତାକୁ କିସ୍ କରୁଛନ୍ତି । ଯେହେତୁ ସାପର ଧ୍ୟାନ କଳା କପଡା ଆଡେ ଥିଲା ସେ ଯୁବତୀଙ୍କୁ ଆଘାତ କରୁନି । ଭିଡିଓରେ ଆପଣ ଦେଖିପାରିବେ କି ଯୁବତୀ ଜଣକ ପରେ ତାକୁ ଖାଦ୍ୟ ମଧ୍ୟ ଖୁଆଉଛନ୍ତି । ସାପଟି ତାଙ୍କୁ କୌଣସି ବି କ୍ଷତି କରୁନି । କିଙ୍ଗ କୋବ୍ରାକୁ କିସ୍ କରିବାର ଏହି ଭିଡିଓ ଇନଷ୍ଟାଗ୍ରାମ ପେଜ୍ world_of_snakes_ ରେ ଅପଲୋଡ୍ କରାଯାଇଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି । ଏହା ସହିତ ଏଥିରେ କମେଣ୍ଟ୍ସ ମଧ୍ୟ କରୁଛନ୍ତି ୟୁଜର୍ସ ।