ବାଲେଶ୍ୱର ଓ ମୟୁରଭଞ୍ଜରେ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଧ୍ୟାହ୍ନ ୨.୧୦ ସମୟରେ ଅନୂଭୁତ ହୋଇଛି ଭୂକମ୍ପ । ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭୂକମ୍ପ ଝଟକାରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି ।୧୫ ଦିନ ତଳେ ଏପରି ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଏହାର ପ୍ରଭାବରେ ନୀଳଗିରି, ବାଲେଶ୍ୱର ଟାଉନ୍, ବାରିପଦା ଟାଉନ୍ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା। ତେବେ ଏହାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡ଼ିନଥିଲା।