ଆଫଗାନିସ୍ତାନରେ ଆଜିଠୁ ଖୋଲୁଛି ସମସ୍ତ ବିଶ୍ୱବିଦ୍ୟାଳୟ। ଦେଶର ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ଘୋଷଣା ଅନୁସାରେ, ସାର୍ବଜନିକ ବିଶ୍ୱବିଦ୍ୟାଳୟ ବୁଧବାର ଅର୍ଥାତ୍ ଆଜିଠୁ ଖୋଲୁଛି। ଆଫଗାନିସ୍ତାନରେ ସଂଯୁକ୍ତ ରାଷ୍ଟ୍ର ସହାୟତା ମିଶନ (UNAMA) ଏକ ଟ୍ଵିଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ପ୍ରତି ଯୁବ ବର୍ଗଙ୍କୁ ସମାନ ଶିକ୍ଷା ମିଳିବା ଆବଶ୍ୟକ।
ୟୁଏନ୍ଏଏମ୍ଏ ଟ୍ଵିଟରରେ ଏକ ପୋଷ୍ଟ କରି କହିଛନ୍ତି, ସଂଯୁକ୍ତ ରାଷ୍ଟ୍ର ଏହି ଘୋଷଣାକୁ ସ୍ୱାଗତ କରୁଛି ଯେ ସାର୍ବଜନିକ ବିଶ୍ୱବିଦ୍ୟାଳୟ ୨ ଫେବ୍ରୁଆରୀରୁ ସମସ୍ତ ପୁଅ ଓ ଝିଅ ଛାତ୍ରଛାତ୍ରୀଙ୍କ ପାଇଁ ପୁଣିଥରେ ଖୋଲିବାକୁ ଯାଉଛି।
ଖାମା ପ୍ରେସ୍ ପକ୍ଷରୁ କୁହାଯାଇଛି, ଆଫଗାନିସ୍ତାନର ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ଘୋଷଣା ଆଧାରରେ କିଛି ଅଞ୍ଚଳରେ ମାର୍ଚ୍ଚରୁ ପୁଣିଥରେ ସମସ୍ତ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ବାକି ସବୁ ଅଞ୍ଚଳରେ ନୂଆ ଶିକ୍ଷା ବର୍ଷ ଏପ୍ରିଲରୁ ଆରମ୍ଭ ହେବ।
ଦେଶରେ ହଜାର ହଜାର ଛାତ୍ରଙ୍କ ଅଧ୍ୟୟନକୁ ପ୍ରଭାବିତ କରିଥିବା ତାଲିବାନର କବ୍ଜାକୁ ଆସିବା ପରେ ଆଫଗାନିସ୍ତାନରେ ମୋଟ୍ ୧୫୦ ସାର୍ବଜନିକ ବିଶ୍ୱବିଦ୍ୟାଳୟକୁ ୬ ମାସ ପାଇଁ ବନ୍ଦ କରି ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
