ପାକିସ୍ତାନ ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ବନ୍ୟା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଜାତିସଂଘର ଓ ଶାସକ ତାଲିବାନ ଅନୁସାରେ, ଆଫଗାନିସ୍ତାନରେ ଏକ ମାସର ମୌସୁମୀ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିଯାଇଛି। ଏହି ବନ୍ୟା ବେଳେ ଅତି କମରେ ୧୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଓ ଶତାଧିକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, ହଠାତ ଆସିଥିବା ବନ୍ୟା କାରଣରୁ ୨୫୦ରୁ ଅଧିକ ଲୋକ ଆହତ ହୋଇଯାଇଛନ୍ତି। ସେଭଳି ୩୦୦୦ ରୁ ଅଧିକ ନଷ୍ଟ ହୋଇଯାଇଛି। ମୁଜାହିଦ କହିଛନ୍ତି, ଅତି କମ୍ରୁ କମ୍ ୧୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଓ ସବୁଠାରୁ ଅଧିକ ମୃତ୍ୟୁ ୧୬ ଅଗଷ୍ଟରୁ ୨୧ ଅଗଷ୍ଟ ଭିତରେ ହୋଇଛି। ଏହି ୪ ଦିନରେ ହଠାତ ଆସିଥିବା ବନ୍ୟା ଯୋଗୁଁ ୬୩ ଜଣ ଲୋକଙ୍କର ଜୀବନ ଚାଲିଯାଇଥିଲା। ଜାତିସଂଘର କାର୍ଯ୍ୟାଳୟ ଅନୁସାରେ, ଅନ୍ୟ ୩୦ ଜଣ ନିଖୋଜ ହୋଇଥିବାର ଜଣାପଡିଛନ୍ତି। ସେଭଳି ୧୩ଟି ପ୍ରଦେଶରେ ୮,୨୦୦ରୁ ଅଧିକ ପରିବାର ବନ୍ୟାରେ ପ୍ରଭାବିତ ହୋଇଛନ୍ତି।