Odia News Portal

ଆଜି ‘ଅଗ୍ନି-୫’ ବାଲିଷ୍ଟିକ ମିଶାଇଲର ହେବ ପରୀକ୍ଷଣ

ଆଜି ବାଲିଷ୍ଟିକ ମିଶାଇଲ ‘ଅଗ୍ନି-୫’ର ପରୀକ୍ଷଣ କରାଯାଇପାରେ । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅଗ୍ନି-୫ ମିଶାଇଲର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୫୦୦ କିଲୋମିଟର ରହିଛି । ଏହାସହିତ ଏହି ମିଶାଇଲ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ମଧ୍ୟ ରଖିଥିବା ଜଣାଯାଇଛି ।

ପୂର୍ବରୁ ଦେଶରେ ଅନେକ ମିଶାଇଲ ପରୀକ୍ଷଣ କରାଯାଇଛି । କିନ୍ତୁ ଆଜି ଏହି ମିଶାଇଲ ଲଞ୍ଚ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାର କାରଣ ହେଉଛି ଚୀନ ସେନାର ବଦମାସୀ । ଗତ ଡିସେମ୍ବର ୯ ତାରିଖରେ ଚୀନ ସେନା ଏଲଏସି ଅତିକ୍ରମ କରି ସୀମା ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ସେନାର ପାଲଟା ଜବାବରେ ପଛକୁ ହଟିବା ପାଇଁ ବାଧ୍ୟ ହୋଇଥିଲା ଡ୍ରାଗନ । ତେବେ ଏହାର ୫ ଦିନ ପରେ ଅଗ୍ନି-୫ ଭଳି ଏକ ଶକ୍ତିଶାଳୀ ମିଶାଇଲର ପରୀକ୍ଷଣ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।