Odia News Portal

ବଡ ଦୁର୍ଘଟଣାରୁ ବର୍ତ୍ତଲା ବିମାନ

କୋଚିନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଧୂଆଁ । ମସ୍କଟ ବିମାନ ବନ୍ଦର ରନ୍ ବ୍ୱେରେ ଯିବା ବେଳେ ବାହାରିଲା ଧୂଆଁ । ଇଂଜିନରୁ ଧୂଆଁ ବାହାରିବା ପରେ କର୍ତ୍ତୁପକ୍ଷଙ୍କ ପଦ କ୍ଷେପ । ବିମାନରେ ଥିବା ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲା ଡିଜିସିଏ । ସୂଚନାଯୋଗ୍ୟ, ଦୁର୍ଘଟଣା ସମୟରେ ବିମାନରେ ୧୪୧ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଇଞ୍ଜିନିୟର ମାନେ ବିମାନ ଯାଞ୍ଚ କରୁଛନ୍ତି। ଏହି ଘଟଣା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରୁଛନ୍ତି। ଯାହାଦ୍ୱାରା ଯାତ୍ରୀମାନଙ୍କୁ ମସ୍କଟରୁ କୋଚିକୁ ଅଣାଯାଇପାରିବ । ସୂଚନାଯୋଗ୍ୟ ଯେ ବର୍ତ୍ତମାନଠାରୁ ପ୍ରାୟ ଦୁଇମାସ ପୂର୍ବରୁ, କାଲିକତାରୁ ଦୁବାଇ ଅଭିମୁଖେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମସ୍କଟ ଆଡକୁ ମୁହାଁଇଲା।