ଇଡି ଅଫିସରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ , ହନିଟ୍ରାପ ଓ ଅର୍ଥ କାରବାର ମାମଲାରେ ହାଜର । ପୂର୍ବରୁ ଥରେ ନୋଟିସ ହୋଇଥିଲା , ଅସୁସ୍ଥତା ଦର୍ଶାଇ ଆସି ନ ଥିଲେ । ବିଭିନ୍ନ ଟଙ୍କା ନେଣଦେଣକୁ ନେଇ ପଚରାଉଚରା କରିବ । ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିବ ଇଡି । ଅର୍ଚ୍ଚନା ନାଗ ମାମଲାରେ ଜଣକ ପରେ ଜଣେ ବଡ ବଡିଆଙ୍କୁ ଡାକି ପଚରାଉଚରା କରିଛି ଇଡି । ସକାଳେ ବ୍ୟବସାୟୀ ଅମୀୟକାନ୍ତ ଦାଶଙ୍କୁ ଡାକି ଇଡି ପଚରାଉଚରା କରିଥିବା ବେଳେ ଏବେ ଅକ୍ଷୟ ପରିଜା ଇଡିରେ ହାଜର ହୋଇଛନ୍ତି । ୧୫ ଜଣ ବଡ ବଡିଆଙ୍କୁ ସମନ କରିଥିଲା ଇଡି । ଜଣକ ପରେ ଜଣଙ୍କୁ ଡାକି ପଚରାଉଚୁରା କରିବ ।