Odia News Portal

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ ଡ୍ରାଇଭର, ନିଜେ ବି ପିଇଲେ

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ। ନିଜେ ବି ମଦ ପିଇଲେ ଆମ୍ବୁଲାନ୍ସ ଡ୍ରାଇଭର। ପରେ ରୋଗୀଙ୍କୁ ନେଇ ଯାଇଥିଲେ ଡାକ୍ତରଖାନା। ରାସ୍ତା କଡରେ ଆମ୍ବୁଲାନ୍ସ ଭିତରେ ଖୁଲମଖୁଲା ଏଭଳି ମଦ ପିଇବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଗତକାଲି ଜଗତସିଂହପୁର ଜିଲ୍ଲାର କଟକ-ପାରାଦ୍ୱୀପ ରାସ୍ତାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାରଳା ଛକ ନିକଟରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ଭାଇରାଲ ହୋଇଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଏକ ଘରୋଇ ଆମ୍ବୁଲାନ୍ସ ସାରଳା ଛକ ନିକଟରେ ଅଟକିଥିଲା। ଏହି ଆମ୍ବୁଲାନ୍ସରେ ଜଣେ ରୋଗୀ ତାଙ୍କ ପତ୍ନୀ ଓ ପୁଅ ସହ ପାରାଦୀପରୁ କଟକ ଯାଉଥିଲେ। ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ଗୋଡ ଭାଙ୍ଗି ଯିବା ଯୋଗୁ ପ୍ଲାଷ୍ଟର ହୋଇଥିଲା।

ରାସ୍ତା ପାର୍ଶ୍ୱରେ ଡ୍ରାଇଭର ଆମ୍ବୁଲାନ୍ସ ରଖି ନିଜେ ମଦ ପିଇବା ସହିତ ରୋଗୀକୁ ମଧ୍ୟ ମଦ ପିଇବାକୁ ଦେଉଥିଲେ। ଏହା ଦେଖୁଥିବା ଲୋକେ ଘଟଣାର ଭିଡିଓ ରେକର୍ଡ କରିଥିଲେ। ନିଶାରେ ଚୁର ଡ୍ରାଇଭର କହି ହେଉଥିଲା; ଆପଣମାନେ ଜାଣିଛନ୍ତି କି, ଏହି ରୋଗୀ ଗୋଟାଏ ଗଛକୁ ଚଢ଼ି ଡାଳ ହାଣିବା ପରେ ଏହା ଉପରେ ଚଢ଼ି ଯିବା ବେଳେ ତଳେ ପଡ଼ି ଗୋଡ଼ ଓ ଅଣ୍ଟା ଭାଙ୍ଗିଛି। ୧୦ ସ୍ପିଡ୍‌ରୁ ଅଧିକ ଜୋର୍‌ରେ ଗାଡ଼ି ଚଲାଇଲେ, ଭିତରେ ଚିଲଉଛି। ମଦ ପିଇଲେ ଯିବ ନହେଲେ ଯିବନି ବୋଲି ଜିଦ୍ କରୁଛି। ତେଣୁ ତାକୁ ମଦ ଦେଇ, ନିଜେ ବି ଟିକେ ପିଉଛନ୍ତି।