Odia News Portal

ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

ଓଡିଶା ଆସିବେ ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିବେ । ଏନେଇ ରାଜ୍ୟରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଓଡିଶା ଆସିବେ ବିଜେପିର ଚାଣକ୍ୟ । ଚଳିତ ମାସ ଶେଷ କିମ୍ବା ଆଗାମୀ ମାସ ପ୍ରଥମାର୍ଦ୍ଧରେ ଓଡିଶା ଆସିବେ । ଏନେଇ ଖୁବ ଶୀଘ୍ର ସ୍ଥାନ ଏବଂ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ମଧ୍ୟ ଦଳୀୟ କାର‌୍ୟ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିଥିଲେ । ସେ କନ୍ଧମାଳ ଓ ପୁରୀ ଲୋକସଭା ଆସନରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।