Odia News Portal

ଦିଲ୍ଲୀରୁ କଟକ ଆସିଲା ଅନୁଭବ- ବର୍ଷା ବିବାଦ

ଦିଲ୍ଲୀର ପଟିଆଲା ହାଉସରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ

କଟକ: ଅନୁଭବ- ବର୍ଷା ପାରିବାରିକ ବିବାଦ ମାମଲା |ଦିଲ୍ଲୀର ପଟିଆଲା ହାଉସରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ | ପଟିଆଲା ହାଉସ କୋର୍ଟ ନୁହେଁ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲାର ଶୁଣାଣି | ତେବେ ଯଥା ଶୀଘ୍ର ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା | ତ୍ୱରିତ ବିଚାର ପାଇଁ ମାମଲା ସ୍ଥାନାନ୍ତରିତ କରିବାକୁ ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା | ମାମଲାର ପରବର୍ତ୍ତୀ ଶୁଣାଣି କଟକ ଫ୍ୟାମିଲି କୋର୍ଟରେ ହେବ | ତେବେ ଆଜିର ଶୁଣାଣି ପରେ ସାଂସଦ ଅନୁଭବ ମହାନ୍ତିଙ୍କ ଓକିଲ ପ୍ରତିକ୍ରିୟା ଦେଇ କହିଛନ୍ତି, ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରିନଥିଲେ । ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା ।