ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ । ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ମା’ ପୁଅ ଭେଟାଭେଟି ହେବା ପରେ ଭାବବିହ୍ୱଳ ହୋଇଛି ପରିବେଶ । ବାସଭବନରେ ମା’ ଅପରାଜିତାଙ୍କୁ ଧରି ବାବୁସାନ୍ କାନ୍ଦିପକାଇଥିବା ଜଣାପଡିଛି ।
ଅନ୍ୟପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ‘ପ୍ରଥମେ ବାପା ଓ ମାଆଙ୍କୁ ଭେଟିବାକୁ ଯିବି । ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି ।’ ଗତକାଲି ଖାରବେଳନଗର ପୋଲିସ ବାବୁସାନଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ଘଣ୍ଟାଏ ଧରି ପ୍ରଶ୍ନ ପଚାରିଥିବା ସୂଚନା ମିଳିଥିଲା । ବାବୁସାନ, ତାଙ୍କ ପତ୍ନର ତୃପ୍ତି ଓ ବାନ୍ଧବୀ ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ କେଉଁ ଦିଗକୁ ଯିବ, ତାହା ଦେଖିବାକୁ ବାକି ରହିଛି ।
ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
