Odia News Portal

ଟ୍ୱିଟ କଲେ ମନର କଥା

ଭୁବନେଶ୍ୱର: ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସକୋଡ଼ ହେଉ କି ରାଜଧାନୀ ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ଉଦ୍ୟମ ହେଉ ସବୁବେଳେ ନୂଆ କିଛି କରି ଚର୍ଚ୍ଚାର ପରିସରକୁ ଆସୁଥିବା ଅଫିସର ହେଉଛନ୍ତି ଆଇଏଏସ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ସମୟରେ ସେ ନେଇଥିବା ଅନେକ କିଛି କାର୍ୟ୍ୟକ୍ରମ ଏବେ ବି ରାଜଧାନୀ ବାସିନ୍ଦା ଭୁଲି ପାରି ନାହାନ୍ତି। ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ ହେଉ କି ସବୁଜିମା ସୄଷ୍ଟି କରିବା ହେଉ, ପରିମଳ ବ୍ୟବସ୍ଥା ସାଙ୍ଗକୁ ସହଭାଗୀତାରେ ବିକାଶ ସ୍ଳୋଗାନ ଏସବୁକୁ ନେଇ ବେଶ ପ୍ରଶଂସିତ ହୋଇଥିଲେ ଅପରାଜିତା। ଭୁବନେଶ୍ୱରକୁ ସବୁଜ ଓ ସୁନ୍ଦର କରିବା ପାଇଁ ତାଙ୍କର ଅତୁଳନୀୟ ବଳିଦାନ ରହିଛି ।
ଏବେ ସେହି ପୁଞ୍ଜିକୁ ଆଧାର କରି ଓଡ଼ିଶାର ଘରେ ଘରେ ପରିଚିତ ଓଡ଼ିଆ ବୋହୂ ଚାକିରିରୁ ଅବସର ନେବା ପରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଧରିଛି । ଭୁବନେଶ୍ୱରରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ୨୦୧୯ରେ ସେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏହା ସହ ସେ ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବା ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ଯେହେତୁ ଭୁବନେଶ୍ୱର ପାଇଁ ତାଙ୍କର ଅନେକ କିଛି ଅବଦାନ ରହିଛି ସେହି ଦୄଷ୍ଟିରୁ ତାଙ୍କୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ ବୋଲି ରାଜ୍ୟ ବିିଜେପିିିର ଏକ ଗୋଷ୍ଠୀ ମତ ରଖିଛନ୍ତି। ତେବେ ଜାତୀୟ ସ୍ତରରେ ନେତା ମଧ୍ୟ ଅପରାଜିତାଙ୍କୁ ନେଇ ବେଶ ପଜିଟିଭ ଅଛନ୍ତି। ଯଦି ଅପରାଜିତାଙ୍କୁ ପ୍ରର୍ଥୀ କରାଯାଏ ତେବେ ସାଧାରଣ ଭୋଟର ଛଡା କିଛି ଶିକ୍ଷିତ ଓ ବୁଦ୍ଧିଜୀବୀ ଭୋଟର ହାତେଇବାରେ ଦଳ ସକ୍ଷମ ହେବ।
ସେପଟେ ଭିଆରଏସ ପାଇଁ ବାଟ ଫିଟିବା ପରେ ସାମ୍ନାକୁ ଆସିଲା ଅପରାଜିତାଙ୍କ ଟ୍ୱିଟ୍ । ସ୍ୱେଛାକୃତ ଅବସର ପାଇଁ ଆବେଦନ କରିବା ପରେ ଅପରାଜିତା ଏହି ଟ୍ୱିଟ କରିଥିଲେ । ବିଭିନ୍ନ ଚର୍ଚ୍ଚା ଭିତରେ ଟୁଇଟ୍ ଜରିଆରେ ମନର କଥା କହିଛନ୍ତି ଅପରାଜିତା । ସେ ଲେଖିଛନ୍ତି ବଂଚିବା ମୋର ଲକ୍ଷ୍ୟ ନୁହେଁ, ଆଗକୁ ବଢିବାକୁ ଚାହେଁ, ମନରେ କିଛି କରିବାକୁ ଉତ୍ସାହ ରହିଛି । ଅପରାଜିତାଙ୍କ ସ୍ୱେଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହା ସହ ଷଢ଼ଙ୍ଗୀଙ୍କ ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି ରାଜ୍ୟ ସରକାର ।