Odia News Portal

ଅର୍ଚ୍ଚନା ମାମଲାରେ ପଶିବ ଇଡି

ବ୍ଲାକମେଲ କ୍ୱିନ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରିବ ଇଡି । ଡିସିପିଙ୍କୁ ଏଫଆଇଆର କପି ମାଗିଲା ପ୍ରବର୍ତ୍ତିିନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଇଡି । ଖୁବଶୀଘ୍ର କମିଶନରେଟ ପୋଲିସ ପାଖରୁ ତଥ୍ୟ ନେବ ଇଡି । ସ୍ୱାମୀ ଓ ସ୍ତ୍ରୀଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ କରିବ ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ଆସିଛି ନେତା ମନ୍ତ୍ରୀ ଓ ବଡବଡ଼ିଆଙ୍କ ଠାରୁ ଟଙ୍କା । କିଏ କାହିଁକି ଓ କେତେ ଟଙ୍କା ଦେଇଛି ତାହାର ତଦନ୍ତ କରିବ ଇଡି । ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି ।
ସେପଟେ ଜଗବନ୍ଧୁଙ୍କ ଗିରଫ ହେବା ପରେ କୁଆଡେ ତାଙ୍କ ସହଯୋଗୀ ଖଗେଶ୍ବର ସେନେଇ ଖୋଳତାଡ ଚାଲିଛି । ଅର୍ଚ୍ଚନାଙ୍କ କଳା କାରନାମା ସାମ୍ରାଜ୍ୟରେ ସ୍ୱାମୀ ଜଗବନ୍ଧୁ ଏବଂ ସହଯୋଗୀ ଖଗେଶ୍ୱରଙ୍କ ସମ୍ପୃକ୍ତି ନେଇ ଠୋସ୍ ପ୍ରମାଣ ପାଇଥିଲା ପୋଲିସ । ହନିଟ୍ରାପରେ ଫସାଇ ହାଇ ପ୍ରୋଫାଇଲ ଲୋକଙ୍କୁ ବ୍ଲାକମେଲ୍ କରିବା ସହ ପୀଡ଼ିତାଙ୍କୁ ଡରାଇବା, ଦାଦାବଟି ଆଦାୟ ଆଦି ଭଳି କାମ କରୁଥିଲେ । ତେବେ ଅର୍ଚ୍ଚନାଙ୍କ ପରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ହେଲେ ଏବେବି ସହଯୋଗୀ ଖଗେଶ୍ବରଙ୍କ ଟେର୍ ପାଉନି ପୋଲିସ ।