Odia News Portal

ଅର୍ଚ୍ଚନା-ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲା: ଜେରାର ଦ୍ୱିତୀୟ ଦିନରେ ବି ଚୁପ୍ ରହିଲେ

ଅର୍ଚ୍ଚନା ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲାରେ ଇଡି ତଥ୍ୟ ପ୍ରମାଣ ଯୋଗାଡ ନେଇ ତଦନ୍ତ ଜାରି ରଖିଛି । ପୁଲିସଠାରୁ ଇଡି ମାମଲା ସମ୍ପର୍କିତ ଦସ୍ତାବିଜ୍ ପାଇଥିଲେ ମଧ୍ୟ ଡିଜିଟାଲ ଡାଡା ପାଇନି । ତେଣୁ ଇଡି ଦ୍ୱିତୀୟ ଥର ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌କୁ ଡିଜିଟାଲ ଡାଟା ଦେବାକୁ ମେଲ କରିଛି । ତଦନ୍ତ ସମୟରେ ସମସ୍ୟା ଦେଖାଯାଇଥିବାରୁ ଏହି ଡାଟା ନିହାତି ଆବଶ୍ୟକ । ତେଣୁ ଇମେଲ୍ ମାଧ୍ୟମରେ ଇଡି ଅଧିକାରୀ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌କୁ ନିବେଦନ କରିଛି । ପୂର୍ବରୁ କୋର୍ଟ ଫୋରେନ୍‌ସିକ୍ ଲ୍ୟାବ୍‌କୁ ଡିଜିଟାଲ ଡାଟା ଦେବାକୁ କହିଥିଲେ ମଧ୍ୟ ସେମାନେ ପ୍ରଦାନ କରିନଥିଲେ । ଅର୍ଚ୍ଚନାଙ୍କୁ ପୁଲିସ ଗିରଫ କରିବା ସମୟରେ ତାଙ୍କ ଘରୁ ମିଳିଥିଲା ମୋବାଇଲ୍ ଫୋନ୍‌, ଲାପ୍‌ଟପ ଓ ପେନ୍‌ଡ୍ରାଇଭ୍ । ଅର୍ଚ୍ଚନାଙ୍କ ଘରକୁ ଯିବା ଆସିବା କରୁଥିବା ବ୍ୟକ୍ତି ବିଶେଷଙ୍କ ସମେତ ତାଙ୍କ ଯୋଗଯୋଗରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଉକ୍ତ ଡିଜିଟାଲ ଡାଟାରେ ରହିଛି । ଜିଟାଲ ଡାଟା ପାଇଁ ପୁଲିସ ରାଜ୍ୟ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଇଥିଲା । ଅନ୍ୟପଟରେ ଫୋରେନ୍‌ସିକ୍ ଲ୍ୟାବ୍‌ରେ କର୍ମଚାରୀଙ୍କ ଅଭାବ ଥିବାରୁ ଏହାକୁ ଯାଞ୍ଚ କରି ରିପୋର୍ଟ ଦେବାରେ ସମସ୍ୟା ହେଉଥିବା କୁହାଯାଇଛି । ତେଣୁ ଇଡିର ମେଲ୍ ପାଇବା ପରେ ଖୁବ୍ ଶୀଘ୍ର ଆବଶ୍ୟକୀୟ ତଥ୍ୟ ଦିଆଯିବ ବୋଲି ଫୋରେନ୍‌ସିକ ଲ୍ୟାବ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଦିନ ରିମାଣ୍ଡରେ ନାଗ-ଚାନ୍ଦ ଦମ୍ପତିଙ୍କୁ ଆଜି ମୁହାଁମୁହିଁ ଜେରା କରାଯାଇଛି । ଟଙ୍କା କାରବାର ନେଇ ଇଡିର ପ୍ରଶ୍ନର ସଠିକ ଉତ୍ତର ଦେଉନାହାନ୍ତି । ଆଜି ମଧ୍ୟ ଗିତକାଲି ଭଳି ଉଭୟେ ପାଟି ଖୋଲିନଥିବା ଜଣାପଡ଼ିଛି । ଆଜି ମଧ୍ୟ ଅର୍ଚ୍ଚନା ସମାନ ଢଙ୍ଗରେ ସ୍ୱାସ୍ଥ୍ୟ ଖରାପ ବାହାନା କରିଥିଲେ । ଫଳରେ ଇଡିର ନିର୍ଦ୍ଦେଶରେ ଏକ ଡାକ୍ତରୀ ଟିମ୍ ଇଡି ଅଫିସ୍ ଯାଇ ଯାଞ୍ଚ କରିବା ପରେ ସଂପୂର୍ଣ୍ଣଭାବେ ଠିକ୍ ଥିବା ଡାକ୍ତର କହିଥିଲେ । ତେଣୁ ଅର୍ଚ୍ଚନା ଏଭଳି ବାହାନା କରିବା ପଛରେ କଣ ରହସ୍ୟ ରହିଛି, ସେନେଇ ଇଡି ଅଧିକାରୀ ଖୋଳତାଡ଼ କରୁଛନ୍ତି । ଗତକାଲି ତଦନ୍ତ ପରିସରୁକ୍ତ କିଛି ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ଇଡି ସମନ୍ କରିଥିବା ଜଣାପଡିଛି । ସେମାନେ ହାଜର ହେବା ପରେ ଇଡି ଅଧିକାରୀମାନେ ନାଗ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡିଛି । ଇଡି ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନୋଟିସ୍ କରିଥିଲେ । ହେଲେ ସେ ହାଜର ନହେବା ସହ ନିଜର ମୋବଇଲକୁ ବନ୍ଦ କରିଦେଇଛନ୍ତି । ତେଣୁ ଏକ ସ୍ୱତନ୍ତ୍ର ଟିମ ୩ଟି ସ୍ଥାନରେ ଚଢ଼ଉ କରିଥିଲେ । ହେଲେ ସେଠାରେ ଶ୍ରଦ୍ଧାଞ୍ଜଳିଙ୍କ ପତ୍ତା ପାଇନଥିଲେ ବୋଲି ଇଡିର ଜଣେ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି ।