Odia News Portal

ଆଖି ବୁଜିଲା ହୀରୋ ‘ଜୁମ୍‌’

ଆତଙ୍କବାଦୀ ଗୁଳିରେ ଗୁରୁତର ଆର୍ମି କୁକୁର ଜୁମ୍ ର ମୃତ୍ୟୁ । ଗୁରୁତର ଥିବା ଜୁମର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗତ ଗୁରୁବାର ଦିନ ହମଲାର ଶିକାର ହୋଇଥିଲା ଜୁମ୍ । ଅନନ୍ତନାଗରେ ଅପରେସନ ଥିବା ବେଳେ ଆହତ ହୋଇଥିଲା । ଜୁମ ଶରୀରରେ ଆତଙ୍କବାଦୀଙ୍କ ୨ଟି ଗୁଳି ବାଜିଥିଲା । ଶ୍ରୀନଗର ଭେଟେରିନାରୀ ହସ୍ପିଟାଲରେ ଜୁମର ଚିକିତ୍ସା ଚାଲିଥିଲା । ଦୁର୍ଦ୍ଧଶ ବେଲ୍‌ଜିଆନ ମାଲିନୋଏଗା ପ୍ରଜାତିର କୁକୁର ଜୁମ । ଉକ୍ତ ଏନକାଉଣ୍ଟର ରେ ୨ ଆତଙ୍କୀ ନିହତ ହୋଇଥିଲେ । ଗୁଳି ଖାଇବ ସତ୍ତ୍ୱେ ବୀରତ୍ୱର ସହ ଆତଙ୍କୀ ହମଲା ପଣ୍ଡ କରିଥିଲା ଜୁମ୍ ।

ସେନା ଅଧିକାରୀ କହିଛନ୍ତି ଯେ ଆକ୍ରମଣ ସମୟରେ କମାଣ୍ଡୋ କୁକୁର ଦେହରେ ତିନିଟି ଗୁଳି ବାଜିଥିଲା। ବୁଲେଟ୍ ଦ୍ୱାରା ଜୁମ୍ ଗୁରୁତର ଆହତ ହୋଇଥିଲା। ଯଦିଓ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଥିଲା। ଜୁମ୍ ମୁହଁ ଏବଂ ପଛ ଡାହାଣ ଗୋଡରେ ଗୁଳି ବାଜିଥିଲା। ଏହି ସର୍ଚ୍ଚ ଅପରେସନରେ ଜୁମ୍ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସେନାକୁ ସାହାଯ୍ୟ କରିଥିଲା।
ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୧୦ ରେ ଅନନ୍ତନାଗ ଜିଲ୍ଲାର କୋକର୍ନାଗ ଅଞ୍ଚଳରେ ଏକ ଏନକାଉଣ୍ଟର ବେଳେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ସଫା କରିବା ପାଇଁ ଜୁମଙ୍କୁ ଦାୟିତ୍ତ୍ୱ ଦିଆଯାଇଥିଲା। ଜୁମ୍ ସେହି ଘର ଭିତରକୁ ଗଲାବେଳେ ଆତଙ୍କବାଦୀମାନେ ତା ଉପରକୁ ଗୁଳି ଚଳାଇଥିଲେ।
ଉଲ୍ଲେଖନୀୟ କଥା ହେଉଛି, ଜୁମ୍ ସେନାର ଶିକାର କୁକୁର ଥିଲା । ଆତଙ୍କବାଦୀଙ୍କୁ ଖୋଜିବା, ଟ୍ରାକ୍ କରିବା ଏବଂ ଆକ୍ରମଣ କରିବା ପାଇଁ ଜୁମ୍ ମାସ ମାସ ଧରି ତାଲିମ ଦିଆଯାଇଥିଲା। ସେ ଜଣେ ମେଲାନୋଇଜ୍ କିମ୍ବା ବେଲଜିୟମ୍ ପ୍ରଜାତିର କୁକୁର ଥିଲା । ସେ ସେପ୍ଟେମ୍ବର ୨୦୨୦ ରେ ଜନ୍ମଗ୍ରହଣ କରିଥିଲା ଏବଂ ୮ ମାସର ସେବା ସହିତ ସେନାର ୨୮ ଆର୍ମି ଡଗ୍ ୟୁନିଟ୍ (ଏଡିୟୁ) ରେ ଯୋଗ ଦେଇଥିଲା । ଜୁମ୍ ହେଉଛି ଦ୍ୱିତୀୟ କୁକୁର ଯିଏକି ଗତ ୪ ମାସ ପୂର୍ବରୁ ଆତଙ୍କବାଦୀ ବିରୋଧୀ ଅପରେସନରେ ନିହତ ହୋଇଥିଲା, ଆକ୍ସେଲ ଆକ୍ରମଣରେ ବାରମୁଲ୍ଲା ଅଞ୍ଚଳରେ ଏକ ଏନକାଉଣ୍ଟରରେ କୁକୁରକୁ ହତ୍ୟା କରାଯାଇଥିଲା।