Odia News Portal

ରକ୍ତଭୋଜିର ଜବାବ ଦେବ ପ୍ରହାର

ଥରିଲା ମାଓ ସଂଗଠନ, ଦେଲା ବନ୍ଦ ଡାକରା
ଜାରି ହେଲା ଟପ୍ କ୍ୟାଡରଙ୍କ ଫଟୋ

ମାଲକାନଗିରି : ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ଘଟିଥିବା ମାଓ ତାଣ୍ଡବରେ ୨୪ ଜଣ ଯବାନ ସହିଦ ହେବା ଘଟଣାରେ ଏକ ବଡ଼ ଅପରେସନ୍ ହେବ । ଗୁଳିର ଜବାବରେ ଏହି ଅପରେସନର ନାମ ‘ପ୍ରହାର’ ରଖାଯାଇଛି । ମାଓ ଦମନ ପାଇଁ କରାଯିବ ଅପରେସନ୍ ପ୍ରହାର-୩ । ଏହି ଅପରେସନରେ ହିଡମା ସମେତ ନକ୍ସଲଙ୍କର ୮ ଜଣ ଟପ୍ କ୍ୟାଡର ନକ୍ସଲଙ୍କ ନାମ ଘୋଷଣା କରାଯାଇଛି । ଅ ।ଗାମୀ ଦିନରେ ଏମାନଙ୍କୁ ପୁଲିସ ଟାର୍ଗେଟ କରି ମାରିବ ।
ଏହି ଘୋଷଣା ପରେ ମାଓ ସଂଗଠନ ଭୟରେ କୋକୁଆ ଭୟ ପଶିଛି । ଫଳରେ ଆସନ୍ତା ୨୬ ତାରିଖରେ ମାଓ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଛତିଶଗଡ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇ ଅପରେସନ “ପ୍ରହାର’କୁ ବିରୋଧ କରିଛନ୍ତି । ମାଓ ସଙ୍ଗଠନର ଦକ୍ଷିଣ ସବଜୋନାଲ ବ୍ୟୁରୋ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇଛି ।


ସହିଦ ହୋଇଥିବା ଯବାନମାନଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଅ ।ହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପ·ରି ବୁଝିବା ସହ ସହିଦ ଯବାନଙ୍କ ବଳିଦାନ ବୃଥା ଯିବନାହିଁ ବୋଲି କହିଛନ୍ତି ଅମିତ ଶାହା । ବିଜାପୁରରେ ସିଅ ।ରପିଏଫ ଯବାନମାନଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ, ଅ ।ମର ଯବାନମାନେ ଅହେତୁକ ସାହସ ସହିତ ଯୁଦ୍ଧ କଲେ । ଅ ।ପଣଙ୍କ ସହକର୍ମୀଙ୍କ ବଳିଦାନ ବୃଥା ଯିବ ନାହିଁ, ଏନେଇ ନିଶ୍ଚିତ ରୁହନ୍ତୁ । ଭାରତ ସରକାର ଏବଂ ଛତିଶଗଡ ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ । ଯେତେବେଳେ ଜଣେ ବନ୍ଧୁ ଆମକୁ ଛାଡି ·ଲିଯାଏ, ଆମେ ଦୁଃଖିତ ହୋଇଯାଉ । କିନ୍ତୁ ନକ୍ସଲ ସମସ୍ୟା ହେତୁ ଏହି ଅଞ୍ଚଳର ଗରିବ ଲୋକ ବିକାଶରୁ ବଞ୍ଚିତ । ତେଣୁ ଯେଉଁମାନେ ଅ ।ତ୍ମସମର୍ପଣ କରିବାକୁ ·ହୁଁଛନ୍ତି ଏବଂ ଅ ।ମ ପାଖକୁ ଅ ।ସିବାକୁ ·ହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରୁଛୁ । କିନ୍ତୁ ଯଦି ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଥିବ ତେବେ ଅ ।ମ ପାଖରେ ଅ ।ଉ କେଣସି ବିକଳ୍ପ ରହିବ ନାହିଁ ବୋଲି ମାଓବାଦୀଙ୍କୁ ଚେତାଇ ଦେଇଛନ୍ତି ଅମିତ ଶାହା । ଅ ।ଜି ଛତିଶଗଡରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅ ।ଉ ନକ୍ସଲଙ୍କୁ ନିପାତ ପାଇଁ କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ ।


ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀମାନେ ସୂଚନା ଦେଇଛନ୍ତି । ତେବେ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର ।ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ ।
ସୁକମା ଜଂଗଲରେ ହିଡମା ଛପି ରହି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାରେ ସଫଳ ହେଉଥିବା ପୁଲିସ ଜାଣିପାରିଛି । ଏହି ଲିଷ୍ଟରେ ହିଡମା ସମେତ ମିଲିଟାରି ପ୍ଲାଟୁନ-୧ର କମାଣ୍ଡର କମଲେଶ ଅରଫ ଲଚ୍ଛୁ,କମାଣ୍ଡର ସାକେତ ନୁରେତି,କମାଣ୍ଡର ଲାଲୁ ଦଣ୍ଡାମି,ପ୍ଲାଟୁନ ନମ୍ବର-୨ର କମାଣ୍ଡର ମଙ୍ଗେସ ଗୋଣ୍ଡ,କମାଣ୍ଡର ରାମଜୀ,ପ୍ଲାଟୁନ ନମ୍ବର-୧୭ର କମାଣ୍ଡର ସୁଖଲାଲ ଏବଂ ଡିବିସିଏମ ମିଲିଟାରି ପ୍ଲାଟୁନ ନମ୍ବର-୧୬ର କମାଣ୍ଡର ମଲେସ । ଛତିଶଗଡର ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ କହିବା ହେଲା ବସ୍ତର ଡିଭିଜନରେ ମୋଷ୍ଟ ୱାଣ୍ଟେଡ ନକ୍ସଲ ଥିଲା ରାମନ୍ନାୟ ତାର ମୃତ୍ୟୁ ପରେ ଏବେ ହିଡମା ସବୁଠାରୁ ମାରାତ୍ମକ ନକ୍ସଲ ବୋଲି କହିଛନ୍ତି ।


ରାମନ୍ନା ନାମରେ ସରକାର ଏକ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ରାମାନ୍ନାର ସ୍ଥାନକୁ ଏହେ ହିଡମା ନେଇଯାଇଛି । ହିଡମାକୁ ଖୋଜିବା ପାଇଁ ବସ୍ତର ପୁଲିସ ଦୀର୍ଘ ଦିନ ଧରି ଅପରେସନ ଚଳାଇଛି । କିନ୍ତୁ ସଫଳ ହୋଇପାରୁନାହିଁ । କେନ୍ଦ୍ରୀୟ କମିଟି ହିଡମାକୁ ଡିକେଏସଜେସିର ମୁଖ୍ୟ କରିଛନ୍ତି । ହିଡମାକୁ ଛତିଶଗଡର ନକ୍ସଲ ପ୍ରବଣ ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଛି ।ହିଡମା ଉପରେ ସରକାର ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । କିନ୍ତୁ ଓଡିଶା ଏବଂ ତେଲେଙ୍ଗାନାରେ ହିଡମାର ପୁରସ୍କାର ରାଶି ଅଲଗା ରହିଥିବା ଜଣାପଡିଛି ।