Odia News Portal

ପୁଲଓ୍ଵାମା ଆକ୍ରମଣରେ ରହିଛି ପାକିସ୍ତାନ ସେନାର ହାତ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନାର ହାତ । ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ପାକିସ୍ତାନ ସେନାର ସନ୍ତାନ । ଜମ୍ମୁ-କାଶ୍ମୀରରେ ସେନା, ସିଆରପିଏଫ୍ ଓ ପୋଲିସର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ସେନା ପକ୍ଷରୁ କୁହାଯାଇଛି ଜୈଶ-ଏ-ମହମ୍ମଦକୁ ଆଇଏସ୍ଆଇ କଣ୍ଟ୍ରୋଲ କରୁଥିଲା । ପାକିସ୍ତାନ ସେନାର ଇସାରାରେ ପୁଲଓ୍ଵମାରେ ଆକ୍ରମଣ କରିଛି ଜୈଶ-ଏ-ମହମ୍ମଦ । ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା କାମରନ । କାମରନକୁ ଲଗାତର ଆଇଏସ୍ଆଇରୁ ନିର୍ଦ୍ଦେଶ ମିଳୁଥିଲା । ଗତକାଲି ହୋଇଥିବା ଅପରେସନ୍ରେ ମାଷ୍ଟର ମାଇଣ୍ଡ କାମରନ୍ ନିହତ ହୋଇଛି । ଏହା ସହ ଆତଙ୍କବାଦୀଙ୍କୁ କଡ଼ା ଚେତବନୀ ଦେଇଛି ସେନା । ଯିଏ ବନ୍ଧୁକ ଉଠାଇବ ସିଏ ମରିବ, ଯିଏ ଅନୁପ୍ରବେଶ କରିବ, ତାକୁ ଛଡାଯିବନି ବୋଲି ସେନା ପକ୍ଷରୁ କୁହାଯାଇଛି । ଏହା ସହ ଆତଙ୍କବାଦୀଙ୍କ ପିତା-ମାତାଙ୍କୁ ସେନା ପକ୍ଷରୁ ଅପିଲ କରାଯାଇଛି । ମା’ମାନେ ନିଜ ପିଲାମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ ବୋଲି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅପିଲ କରାଯାଇଛି ।