Odia News Portal

ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ଆଜି ଭୁବନେଶ୍ବର ଆସିବେ

ପୁରୀ ଆସି ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଦୁରଦର୍ଶନର ସର୍ବାଧିକ ପ୍ରସାରିତ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଗତକାଲି ସନ୍ଧ୍ୟା ଶ୍ରୀମନ୍ଦିର ପହଞ୍ଚି ଜଗାଦର୍ଶନ କରିବା ସହ ଆଜି ଭୁବନେଶ୍ୱରରେ ହେବାକୁ ଥିବା ଶୁଣ ଶ୍ରୀରାମ କାହାଣୀ କାର୍ଯ୍ଯକ୍ରମର ଆରମ୍ଭ କରିବେ ।ପ୍ରତିଟି ଘରେ ଯୁବପିଢି ଶ୍ରୀରାମଙ୍କ ଗୁଣ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପିତାମାତା ଗୁରୁଜନଙ୍କୁ ସମ୍ମାନ ଦେବାର ଆବଶ୍ଯକତା ରହିଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସେହିପରି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମଧ୍ୟ ଟିପ୍ପଣୀ ରଖିଛନ୍ତି ।ରାମମନ୍ଦିର ବହୁତ ପୂର୍ବରୁ ହେବାର ଥିବା କଥା ମଧ୍ୟ ସେ ପ୍ରତିକ୍ରିୟାରେ କହିଛନ୍ତି ।ସୂଚନା ମୁତାବକ ଦୂରଦର୍ଶନରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ -ରାମାୟଣରେ ଶ୍ରୀରାମ ଚରିତ୍ର ରେ ଅଭିନୟ କରି ହିନ୍ଦୁ ସମସ୍ତ ଙ୍କ ହୃଦୟ ରେ ପ୍ରିୟ ସାଜିଥିବା ଅଭିନେତା ଅରୁଣ ଗୋଭିଲ ଓଡିଶାରେ ଆସନ୍ତାକାଲି ଶୁଭାରମ୍ଭ କରିବେ ସୁନୋ ଶ୍ରୀରାମ କାହାଣୀ ବା ଶୁଣ ଶ୍ରୀରାମ କାହାଣୀ ।  ତାଙ୍କ ସହିତ ଉପସ୍ଥିତ ରହିବେ ପ୍ରାୟ ଚଉଦ ଜଣରୁ ଉର୍ଦ୍ଧ ନାମୀ ଦାମୀ କଳାକାର।

ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ କାର୍ଯ୍ଯକ୍ରମରେ ପ୍ରଦର୍ଶନ କରାଯିବ। ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଫ୍ରେବୁଆରି ୫ ତାରିଖ ସନ୍ଧ୍ୟା ୫ ଟାରେ ଏହି ସାରସ୍ବତ ଓ ଆଧ୍ୟାତ୍ମିକ ତଥା ମନୋରଞ୍ଜନ କାର୍ଯ୍ଯକ୍ରମରେ ଦୁଇ ହଜାରରୁ ଉର୍ଦ୍ଧ ନିମନ୍ତ୍ରିତ ଅତିଥି ଯୋଗଦେବେ ।  ରାମାନନ୍ଦ ସାଗରଙ୍କ ରାମାୟଣ ଟିଭି ସିରିଏଲ ରାମଭକ୍ତ ମାନଙ୍କ ମନରେ ଶ୍ରୀରାମ ଚରିତ ଭାବନାକୁ ଜୀବନ୍ତ କରି ଶ୍ରୀ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏହି ନୂଆ କାଯ୍ଯକ୍ରମର ଶୁଭାରମ୍ଭ ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱରରେ କରିବେ ।