Odia News Portal

ନୂଆ ଫେସ୍‌ବୁକ୍ ଆକାଉଣ୍ଟ ଖୋଲିବେ ଡ. ଅରୁଣ ସାହୁ

ଦୀର୍ଘ ୩ ମାସ ହେବ ପୂର୍ବତନ ମନ୍ତ୍ରୀ ଡ ଅରୁଣ ସାହୁଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ହେଲେ ଏପର୍ଯ୍ୟନ୍ତ ତାହା ରିଷ୍ଟୋର ହୋଇପାରିଲା ନାହିଁ । ଏପରିକି ବ୍ଲକ୍ ମଧ୍ୟ ହୋଇପାରିଲା ନାହିଁ । ତୁର୍କୀର ଜଣେ ନାଗରିକ ତାଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ଜଣାପଡିନ୍ତିି । ହ୍ୟାକର ଏଥିରେ ଭିଡିଓ ଅପଲୋଡ ମଧ୍ୟ କରୁଛି ହ୍ୟାକର ଜଣଙ୍କ ଆକାଉଣ୍ଟର ଆକ୍ସେସ୍ ନିଜ ହାତରେ ରଖିଛି । ଏପରିକି ଲଗ୍‌ଇନ୍ ଆଡି ଏବଂ ପାସ୍‌ୱାର୍ଡ ମଧ୍ୟ ବ୍ୟବହାର କରୁଛି । ଭିଡିଓ ଅପଲୋଡ ମଧ୍ୟ କରୁଛି । କେତେବେଳେ ଫଟୋ ଅପଲୋଡ କରୁଛି ପୁଣି କେତେବେଳେ ଫଟୋ ଡିଲିଟ୍ କରୁଛି । ଏନେଇ ଅରୁଣ ସେପ୍ଟେମ୍ବର ମାସରେ ସାଇବର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ବହୁ ଦିନ ବିତି ଯାଇଥିଲେ ମଧ୍ୟ ଆକାଉଣ୍ଟଟି ଆଉ ରିଷ୍ଟୋର ହୋଇ ପାରିଲା ନାହିଁ । ଏଣୁ ନୂଆ ଆକାଉଣ୍ଟ ଖୋଲିବାକୁ ମନ୍ତ୍ରୀ ନିସ୍ପତି ନେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୂଛି ଅରୁଣ ରାଜ୍ୟର ବଡ ନେତା ତଥା ପୂର୍ବତନ ମନ୍ତ୍ରୀ । ତାଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଲୋକ ଏଥିରେ ଯୋଡି ହୋଇଛନ୍ତି । କିଛି ଭୁଲ ତଥ୍ୟ ଅପଲୋଡ ହେବା ରାଜ୍ୟ ରାଜନୀତିରେ ଚହଳ ପକାଇ ଦେବ । ଯେଉଁଠି ନେତାଙ୍କ ଆକାଉଣ୍ଟ ସୁରକ୍ଷୀତ ନୁହେଁ ଅନ୍ୟମାନଙ୍କ ଆକାଉଣ୍ଟ ସେଠାରେ କେତେ ସୁରକ୍ଷିତ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।