ଭୁବନେଶ୍ୱର, ୧୧/୦୬: ବିଜ୍ଞାନ କ୍ଷେତ୍ରରେ ଉକ୍ରର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।
ସି.ଭି ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡ ପକ୍ଷରୁ ଆୟୋଜିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର), ଭୁବନେଶ୍ୱର କ୍ୟାମ୍ପସ୍ ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ପ୍ରଫେସର ମହାପାତ୍ରଙ୍କୁ ୨୦୨୧ ମସିହା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ନାଇଜର, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ସୁଧାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର (ଡକ୍ଟର) ଓମକାରନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶ୍ରୀ ବିଜୟ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସି.ଭି. ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଜୟକୃଷ୍ଣ ପାଣିଗ୍ରାହୀ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
