Odia News Portal

ଏସିଆ କପ୍ ଟି୨୦ ବାତିଲ

କଲମ୍ବୋ : କରୋନାର ଦ୍ୱିତୀୟ ଲହର କ୍ରିକେଟ ଉପରେ ପ୍ରଭାବ ପକାଇଛି । ସିରିଜ୍ ଆୟୋଜନ ପୂର୍ବରୁ ବହୁତ ଚିନ୍ତା କରିବାକୁ ପଡୁଛି । ଶ୍ରୀଲଙ୍କାରେ ଆସନ୍ତା ଜୁନରେ ହେବାକୁ ଥିବା ଏସିଆ କପ୍ ଟି୨୦ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରି ଦିଅ ।ଯାଇଛି । ଏହି ଦେଶରେ ମହାମାରୀର ସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଆୟୋଜକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏସିଅ ।ର ସବୁଠୁ ବଡ଼ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି । ଗତ ବର୍ଷ ଏସିଅ । କପ୍ ପାକିସ୍ତାନରେ ହେବାର ଥିଲା ।

ବର୍ତ୍ତମାନ ପରିସ୍ଥିତିରେ ଟୁର୍ନାମେଣ୍ଟ ଆୟୋଜନ ହେବାର ସମ୍ଭବନା କ୍ଷୀଣ ବୋଲି ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟକାରୀ ମୁଖ୍ୟ ଅ ।ଶେଲେ ଡେ ସିଲଭା କହିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଇଭେଣ୍ଟ ଆୟୋଜନ ହେବାର ସମ୍ଭାବନା ଖୁବ୍ କମ୍ । ୨୦୨୩ ଅ ।ଇସିସି ବିଶ୍ୱକପ୍ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇପାରେ । କାରଣ ଏସିଆର ପ୍ରାୟ ଦଳ ଆଗାମୀ ଦୁଇ ବର୍ଷ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ସାରିଛନ୍ତି । ଏ ସମ୍ପର୍କରେ ଏସିଆ କ୍ରିକେଟ କାଉନସିଲ ନିକଟ ଭବିଷ୍ୟତରେ ବିଧିବଦ୍ଧ ଭାବେ ଘୋଷଣା କରିପାରେ ।