Odia News Portal

କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ

ପୁରୀ ଜେଲରେ ଅଭାବନୀୟ ଘଟଣା । ବିଚାରାଧୀନ କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଆହତ କଏଦୀ ଜଣକ ଦୁର୍ଦ୍ଦାନ୍ତ ଅପରାଧି ଧୀରେନ୍ଦ୍ରନାଥ ଓରଫ୍ ପପୁ ବରାଳ। ଜେଲ୍ ଭିତରେ କିଏ କାହିଁକି ହତ୍ୟା ଉଦ୍ୟମ କରିଛି ଜଣାପଡ଼ିନାହିଁ।

ଏବେ ସେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକରେ ଷ୍ଟିଜ୍ କରାଯିବା ପରେ ଜେନେରାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଫୋର୍ସ ତାଙ୍କୁ ରୋଗୀ ଶଯ୍ୟା ନିକଟରେ ଜଗି ରହିଛନ୍ତି।