Odia News Portal

୧୯୫ ରନରେ ଅଲ୍‌ଆଉଟ୍ ଅଷ୍ଟ୍ରେଲିଆ ଦଳ

ମେଲବର୍ଣ୍ଣ: ମେଲବର୍ଣ୍ଣର ଏମସିଜି ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମାତ୍ର ୧୯୫ ରନରେ ଅଲ୍‌ଆଉଟ୍ ହୋଇଛି ଅଷ୍ଟ୍ରେଲିଆ ଦଳ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଜୋ ବୋନ୍ସ ରନ୍ ନକରି ପାରି ପେଭିଲିୟନ୍ ଫେରିଥିଲେ । ଏହା ପରେ ତୃତୀୟ ନମ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସେନ, ମାଥୁ ଓ୍ୱାଡେଙ୍କ ସହ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିବା ସହ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲା କଙ୍ଗାରୁ ଦଳ ।

ଏହାରି ମଧ୍ୟରେ ମାଥ୍ୟୁ ଓ୍ୱାଡେ ଅଶ୍ୱିନଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପେଭିଲି୍ୟନ ଫେରିଥିଲେ । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ଟିଭେନ୍ ସ୍ମିଥ୍ ମଧ୍ୟ ଅଶ୍ୱିନଙ୍କ ଧୂଁଆଧାର ବଳର ଶିକାର ହୋଇଥିଲେ ଏବଂ ଖାତା ଖୋଲିବାକୁ ସକ୍ଷମ ହୋଇପାରିନଥିଲେ । ଏହା ପରେ ତାଭିସ୍ ହେଡ୍ ୩୮ ରନ୍ କରିଥିଲେ । କିନ୍ତୁ ଲଗାତାର ଭାବେ ଓ୍ୱିକେଟର ପତନ ହେବାରେ ଲାଗିଥିଲା ଏବଂ ୧୯୫ ରନ୍‌ରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲା ।

ତେବେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ ରବିଚନ୍ଦନ ଅଶ୍ୱିନ ୩ଟି, ରବୀନ୍ଦ୍ର ଜାଡେଜା ଗୋଟିଏ ଏବଂ ମହମ୍ମଦ ସିରାଜ୍ ୨ ଓ୍ୱିକେଟ୍ ନେଇଛନ୍ତି । ଆୟୋଜକ ଦଳ ୧୯୫ ରନ୍‌ରେ ସୀମିତ ହୋଇଥିଲେ ମଧ୍ୟ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବା ଦେଖିଲେ ୧୯୫ ରନ ଟିମ୍ ଇଣ୍ଡିଆ ପାଇଁ କଷ୍ଟକର ହୋଇପାରେ ବୋଲି ମନେ ହେଉଛି ।