Odia News Portal

ଗୋଠଛଡ଼ା ହାତୀ ଛୁଆ ଅସୁସ୍ଥ

ଢେଙ୍କାନାଳ : ଗଞ୍ଜାମରୁ କପିଳାସ ଆସିଥିବା ହାତୀ ଛୁଆ ଅସୁସ୍ଥ। ଗତକାଲି ହାତୀ ଛୁଆକୁ ଗଞ୍ଜାମରୁ ଅଣାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଛି । ହାତୀଛୁଆର ନାଭିରେ ସାମାନ୍ୟ ସଂକ୍ରମଣ ରହିଛି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି । ଦିନକୁ ତିନି ଲିଟର କ୍ଷୀର ପିଉଛି ମାଈ ହାତୀଛୁଆ। ତା ସହିତ ଭିଟାମିନ କ୍ୟାଲସିୟମ ଟାବଲେଟ ମଧ୍ୟ ଦିଆଯାଉଥିବା ଡିଏଫ୍‌ଓ କହିଛନ୍ତି ।

ଗତକାଲି ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ପଠାଯାଇଥିଲା। ହାତୀ ଛୁଆକୁ ସ୍ଥାନାନ୍ତରିତ କରିବା ଲାଗି ୱାଇଲ୍ଡ ଲାଇଫ୍ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯାଇଥିଲା । ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଥିଲା ।