ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଦିନ ଏକ ସମ୍ବୋଧନରେ ପ୍ରତିପକ୍ଷ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଏକ ଅଭିଯୋଗକୁ ନେଇ ସିଧାସଳଖ ଉତ୍ତର ରଖିଥିଲେ। ଜିନପିଙ୍ଗ ଥରେ କହିଥିଲେ ଯେ, ସେ ଚୀନ୍ ବିରୋଧରେ କ୍ୱାଡ୍କକୁ ମଜବୁତ କରୁଛନ୍ତି। ସିଆଟେଲର ଏକ ଘରୋଇ ବାସଭବନରେ ପାର୍ଟି ପାଇଁ ପାଣ୍ଠି ସଂଗ୍ରହ କରିବା ଅବସରରେ ବାଇଡେନ କହିଥିଲେ ଯେ, ମୁଁ ସି ଜିନପିଙ୍ଗଙ୍କୁ ଆଗରୁ ସୂଚାଇ ଦେଇଥିଲି ଯେ, ମୁଁ କ୍ବାଡକୁ ନେଇ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି କରୁଛି। ପ୍ରତିଉତ୍ତରରେ ଚୀନ୍ କହିଥିଲା ଯେ, ଆପଣ ଆମକୁ ପ୍ରଭାବିତ କରିବା ପାଇଁ ଏଭଳି କରୁଛନ୍ତି, କିନ୍ତୁ ବାଇଡେନଙ୍କ ଉତ୍ତର ଥିଲା ସେମିତି କିଛି ନୁହେଁ।
ବାଇଡେନ୍ କହିଛନ୍ତି ଯେ, ସେ ସ୍ପଷ୍ଟ କରିଛନ୍ତି ଯେ କ୍ୱାଡ ସେଠାରେ ଏଇଥି ପାଇଁ ଅଛି, କାରଣ ଆମେ ହିନ୍ଦ୍-ପ୍ରଶାନ୍ତ ମହାସାଗରରେ ଏକାଠି କାମ କରିବାର ସୁଯୋଗ ପାଇଥିବା ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛୁ। ସେ କହିଛନ୍ତି ଯେ ଭାରତ ସମେତ ଅନ୍ୟ ଦେଶର ନିଜସ୍ୱ ସମସ୍ୟା ରହିଛି, କିନ୍ତୁ ଏକଛତ୍ରବାଦୀ ଶାସକମାନେ ଯେଉଁ କଥାକୁ ଅଧୀକ ଭୟ କରୁଛନ୍ତି, ସେହି କଥାକୁ ଆମେ ସମେସ୍ତ ଏକାଠି ହୋଇ ପୂର୍ଣ୍ଣ କରିବାକୁ ଯାଉଛୁ, ଯାହା ବାସ୍ତବରେ ନିରଙ୍କୁଶ ଅଟେ। ସେ କହିଛନ୍ତି ଯେ କେବଳ ଚୀନ୍ ଏବଂ ଋଷ ବିଷୟରେ ଏଠି ଆଲୋଚନା ହେଉନାହିଁ ବରଂ ବାଇଡେନଙ୍କ ଦୃଷ୍ଟିରେ ଅନେକ ଦେଶ ନିରଙ୍କୁଶତା ହାସଲ କରିଛନ୍ତି।
ବିଡେନ କହିଛନ୍ତି ଯେ ଯେତେବେଳେ ସେ ନିର୍ବାଚିତ ହୋଇଥିଲେ, ଋଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାବିଥିଲେ ଯେ, ସେ ସହଜରେ ନାଟୋକୁ ଭାଙ୍ଗି ପାରିବେ। କିନ୍ତୁ ସେ କହିଥିଲେ ଯେ, ମୁଁ ଆରମ୍ଭରୁ କହିଆସୁଛି, ଏହା ତାଙ୍କ ଉଦ୍ଦେଶ୍ୟର ଏକ ଅଂଶ। ବାଇଡେନ୍ କହିଛନ୍ତି, ଯଦିଓ ଏହା ବିଡମ୍ବନାର ବିଷୟ, କିନ୍ତୁ ଆମେ ଯାହା ଚାହୁଁଥିଲୁ, ତାହା ପାଇଲୁ। ସେ ୟୁରୋପରେ ପ୍ରଭାବ ପକାଇବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଏହା ପରିବର୍ତ୍ତେ, ଫିନଲ୍ୟାଣ୍ଡର ରାଷ୍ଟ୍ରପତି କହିଥିଲେ ଯେ ସେ ମୋତେ ଭେଟିବାକୁ ଏବଂ ନାଟୋରେ ଯୋଗଦେବାକୁ ଚାହୁଁଛନ୍ତି ଏବଂ ସ୍ୱିଡେନ ମଧ୍ୟ ନାଟୋରେ ଯୋଗଦେବାକୁ ଚାହୁଁଛନ୍ତି। ଏହାରି ଭିତରେ ଚୀନ୍ ଯାହା ଚାହୁଁଥିଲା, ଏହା ତାହାର ବିପରିତ ଫଳ ଦେଉଛି ବୋଲି କୁହାଯାଉଛି। ତେବେ କ୍ବାଡକୁ ନେଇ ବାଇଡେନଙ୍କ ରଣନୀତି ଓ ଜିନପିଙ୍ଗଙ୍କ ଚାଲ କି ନିସ୍କର୍ଷ ବାହାର କରୁଛିଳ, ତାହା ଦେଖିବାର କଥା।
