Odia News Portal

ଭୁବନେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇଛି କୁଆଖାଇ ନଦୀ ପଠା

ମଙ୍ଗଲବାର ସନ୍ଧ୍ୟାରେ ବିଧାୟକଙ୍କ ଦ୍ୱାରା ପଞ୍ଜୀକରଣ ଷ୍ଟଲ ଉଦ୍‌ଘାଟିନ ହେବାପରେ ବୁଧବାର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ବାଲିଯାତ୍ରା ପଡିଆରେ ପ୍ରାୟ ୧୫ ଏକର ସ୍ଥାନରେ ଚଳିତ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିରେ ୫୦୦ରୁ ଅଧିକ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ସହିତ ରାମଦୋଳି, ଚକ୍ରି , ମୀନାବଜାର ପ୍ରଭୂତି ବ୍ୟବସ୍ଥା କରଯିବ ।

ଷ୍ଟଲ ପଞ୍ଜୀକରଣ ପାଇଁ ସାଧାରଣ ଷ୍ଟଲ ମୁଲ୍ୟ ୧୦୦ ସ୍କୋୟାର ଫୁଟ ପାଇଁ ୧୦ଜହଜାର ଓ ଖାଦ୍ୟ ଷ୍ଟଲ ପାଇଁ ୧୨ହଜାର ଟଙ୍କା ରଖାଯାଇଛି । ପଞ୍ଜୀକରଣ କେବଳ ଅଫଲାଇନ ମାଧ୍ୟମରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପଞ୍ଜୀକରଣ କାର୍ଯ୍ୟାଳୟ ବାଲିଯାତ୍ରା ପଡିଆରେ ଖୋଲିଥିବା ବେଳେ ଆଗମି ଦିନରେ ଭୁବନେଶ୍ୱର ସହର ମଧ୍ୟରେ କିଛି କାର୍ଯ୍ୟାଳୟ ଖୋଲିବ। ଆଜି ପ୍ରଥମ ଦିନରେ ୧୫୦ ଷ୍ଟଲ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି ।

ଚଳିତ ବର୍ଷ ପ୍ଲାଷ୍ଟିକ ମୁକ୍ତ ଓ ସବୁଜ ବାଲିଯାତ୍ରା ମହୋତ୍ସକ ହେବା ପାଇଁ କମିଟି ପ୍ରସ୍ତୁତ ହୋଇଛି । ବାଲିଯାତ୍ରା ପରିଚାଳନା ପାଇଁ ପ୍ରଶାସନ ସହିତ କମିଟିର ଏକ ସ୍ୱେଚ୍ଛାସେବୀ ଦଳ ମଧ୍ୟ କାର୍ଯ୍ୟକରିବ । ବାଲିଯାତ୍ରାସ୍ଥଳକୁ ଗମନାଗମନ, ରାସ୍ତାଘାଟ ସଫା, ଆଲୋକୀକରଣ ପାଇଁ ପ୍ରଶାସନ ସହିତ କଥାବାର୍ତ୍ତା ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ଅନୁମତି ମିଳି ସାରିଥିବା କମିଟି ପକ୍ଷରୁ ସୂଚନା ମିଳିଛି ।