Odia News Portal

କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି

ବାରବାଟୀ ଟି-୨୦ ପାଇଁ ଆସନ୍ତାକାଲି ସକାଳ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ ବିକ୍ରୀ । ୫ ହଜାର ଟିକେଟ ଅନଲାଇନରେ ବିକ୍ରୀ କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର , ନ୍ୟୁ ପାଭିଲିୟନ, ଏସି ବକ୍ସ ପାଇଁ ବିକ୍ରୀ କରାଯିବ ଟିକେଟ୍ । ନିଜର ପରିଚୟ ପ୍ରମାଣ ପତ୍ର ଦେଖାଇ ଫୋନ ନମ୍ବର ଏବଂ ଇମେଲ ଆଇଡି ଦେଇ ବୁକ୍ କରିହେବ ଟିକେଟ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ୍ ବୁକିଂ କରିପାରିବେ । ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍‌ରେ ମିଳିବ ଟିକେଟ୍ । ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ମ୍ୟାଚ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି ।