Odia News Portal

ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଜମା ନିର୍ଦ୍ଦେଶ

ସାଂସଦ ଅନୁଭବ ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କଲେ କୋର୍ଟ। ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କଲେ କୋର୍ଟ। ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଛି। ବାରମ୍ବାର ତାରିଖ ସତ୍ତ୍ୱେ ସାକ୍ଷଗ୍ରହଣ ପାଇଁ ଆସୁନଥିଲେ ବର୍ଷା। ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ୍ ଦେଇଥିଲେ ଅନୁଭବ। ଯାହାକୁ ନେଇ କୋର୍ଟ ନିଜ ଅସନ୍ତୋଷ ପ୍ରକାଶ କରି ଏଭଳି ଅର୍ଥ ଦଣ୍ଡ ଦେଇଥିବା ଜଣାପଡ଼ିଛି।

ସୂଚନା ଥାଉକି, ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା ନେଇ ଗତ ୭ ତାରିଖରେ ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ।