ଶାଶୂ ଘର ଛାଡିବେ ଅଭିନେତ୍ରୀ ବର୍ଷା । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ବିଚାର କରି କଟକ ଅତରିକ୍ତ ଜିଲ୍ଲା ଦୌରାଜଜ୍ ଏହି ରାୟ ଦେଇଛନ୍ତି। ପୂର୍ବରୁ ବର୍ଷାଙ୍କୁ ଏସଡିଜେଏମ କୋର୍ଟ ନିର୍ଦେଶ ଦେଇଥିଲେ। ଏସଡିଜେଏମଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲା କୋର୍ଟରେ ଆବେଦନ କରିଥିଲେ ବର୍ଷା। କଟକ ଅତିରିକ୍ତ ଦୌରାଜଜ୍ ଏହାର ଶୁଣାଣୀ କରି ଏସଡିଜେଏମଙ୍କ ରାୟଙ୍କୁ କାଏମ ରଖିଛନ୍ତି। ଫଳରେ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶନୀଙ୍କୁ ଶାଶୂଘର ଛାଡିବାକୁ ପଡ଼ିବ।