Odia News Portal

ବର୍ଷା-ଅନୁଭବ ବିବାଦ:ବର୍ଷା ରହିବେ ଶାଶୁ ଘରେ

ବର୍ଷା ପ୍ରିୟଦର୍ଶିନୀ କଟକ ସ୍ଥିତ ନିଜ ଶାଶୁ ଘର ଛାଡ଼ିବାଲାଗି  ଗତ ୨ ତାରିଖରେ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଘର ଭଡା ବାବଦକୁ  ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦେଶ ହୋଇଥିଲା । ଉକ୍ତ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ଅନୁଭବ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବା ସହ କୋର୍ଟରେ ଏହାର ରସିଦ ଦାଖଲ କରିଥିଲେ । କିନ୍ତୁ ଆଜି ନିମ୍ନ ଅଦାଲତ ଉକ୍ତ ରାୟ ଉପରେ ଜିଲ୍ଲା ଦୌରା ଜଜ୍ ରହିତାଦେଶ ଜାରି କରିଛନ୍ତି । ତେବେ ଜୁଲାଇ ୩୧ ତାରିଖ ଯାଏଁ ବର୍ଷା ଅନୁଭବଙ୍କ ଘରେ ରହିବାର ଥିଲା ।  ତେଣୁ  ୪ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ରହିତାଦେଶ କୁ ଚ୍ୟାଲେଞ୍ଜ କରିବାକୁ ସେମାନେ ପ୍ରସ୍ତୁତ ହେଉଥିବା ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ର କହିଛନ୍ତି ।