Odia News Portal

ସିଲ ହେଲା ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଅଞ୍ଚଳ

ଭୁବନେଶ୍ବର () ଭୁବନେଶ୍ୱରର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ହାଉସିଂ ବୋର୍ଡର କଲୋନୀରେ ଅଞ୍ଚଳରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ବିଏମ୍‌ସ୍ ସପୂର୍ଣ୍ଣ ସିଲ୍‌ କରିଛି । ୬୭ ନମ୍ବର ୱାର୍ଡର ସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ କାଳୁଆସୁଣି ମନ୍ଦିର ଠାରୁ ଟାଟା ପ୍ରୋଜେକ୍ଟ ଯାଏ ସିଲ୍ କରାଯାଇଛି। ସେହିପରି ସରକନ୍ତରା ନୂଆ କଲର୍ଭଟ ଠାରୁ ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୁରା ଅଞ୍ଚଳକୁ ସିଲ୍ କରାଯାଇଛି।

ଅନ୍ୟ ପଟେ ୬୪ ନମ୍ବର ୱାର୍ଡର ଯଦୁପୁର ଓ ବେଗୁନିଆକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳର ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍ କରାଯାଇଛି। ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଆମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି।

ସୂଚନା ମୁତାବିକ, ରାଜ୍ୟରେ ମୋଟ୍ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବରେ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ବମିଖାଲରେ ୪ଜଣ, ସୂର୍ଯ୍ୟନଗରରେ ୮, କପିଳ ପ୍ରସାଦ ହାଉସିଂ ବୋର୍ଡ ଫେଜ୍‌-୨ ରେ ଜଣେ ଏବଂ ପୂର୍ବରୁ ଭୁବନେଶ୍ବରେ ୩ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ସହ ଯାଜପୁରରେ ଜଣେ, ଭଦ୍ରକରେ ୩ ଜଣ, ପୁରୀରେ ଜଣେ, କଟକରେ ଜଣେ ଏବଂ କଳାହାଣ୍ଡିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।