ଆଜିଠାରୁ ୧୦ ଦିନ ବନ୍ଦ ଭିତରକନିକା । ଚାଲିବ କୁମ୍ଭୀର ଗଣନା । କୁମ୍ଭୀର ମାନଙ୍କର ଗଣନା ଭିତରକନିକାର ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ।
ଜାନୁଆରୀ ୨୦୨୧ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୬୮ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ଡା ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି ।