Odia News Portal

କୃଷି ରେଲ୍ ଓ କୃଷି ଉଡାନ ଯୋଜନାକୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ରେଲ୍‌ ଓ କୃଷି ଉଡାନ ଯୋଜନାକୁ ପ୍ରଶଂସା କରିଛନ୍ତି ନବୀନ । ପିଏମ୍‌ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଦିଆଯିବ । ଏହାକୁ ପ୍ରଶଂସା କରିଛନ୍ତି ନବୀନ । ନୂଆ ଶିକ୍ଷା ନୀତି ଓ ଶିକ୍ଷାରେ ଏଫଡିଆଇକୁ ସେ ସ୍ୱାଗତ କରିଛନ୍ତି । କେନ୍ଦ୍ରୀୟ ଟିକସ ରାଜ୍ୟ ଅଂଶ ବାବଦରେ ୩୦୦୦ କୋଟି ଟଙ୍କା କମ ମିଳିଥିବା କହିଛନ୍ତିି ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ରାଜ୍ୟକୁ ଅନୁଦାନ କମାଇ ଦିଆଯାଇଛି ।

ଆଇକନିକ ସାଇଟସରେ ଓଡ଼ିଶାର କୌଣସି ସ୍ଥାନ ନଥିବା ନେଇ ମୁଖ୍ୟମନ୍ତ୍ରୀ ଉଦବଗେ ପ୍ରକାଶ କରିଛନ୍ତି । ସେହିଭଳି ରାଞ୍ଚିରେ ଆଦିବାସୀ ମ୍ୟୁଜିୟମ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ଆଦିବାସୀ ମ୍ୟୁଜିୟମ ହେବାର ଆବଶ୍ୟକତା ଥିଲା । ସେହିଭଳି ସମସ୍ତଙ୍କୁ ପିଇବା ପାଣି ଯୋଗାଣରେ କମ୍‌ ଅନୁଦାନ ଦିଆଯାଇଛି । ଏହା ଉପରେ କେନ୍ଦ୍ର ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।