Odia News Portal

ମାର୍ଚ୍ଚ ୩ରେ ସର୍ବଭାରତୀୟ ୨୫ତମ ବନ ବିଭାଗ କ୍ରୀଡା

ଭୁବନେଶ୍ବର : ସର୍ବଭାରତୀୟ ୨୫ ତମ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ୨୦୨୦ ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୩ ତାରିଖରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଯୋଗିତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୫୦୦ କର୍ମଚାରୀ ଅଂଶ ଗ୍ରହଣ କରିବେ । ଏହାର ସୁପରିଚାଳନା ନିମନ୍ତେ ୧୬ଟି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

ଏଥିରେ ବିଭିନ୍ନ ରାଜ୍ୟରୁ ଆସୁଥିବା କ୍ରୀଡାବିତ୍‌ ମାନଙ୍କ ପାଇଁ ରହିବା, ଯାତାୟତ ଓ ଖାଦ୍ୟପେୟ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି । ପ୍ରତିଯୋଗିତାରେ ଅର୍ନ୍ତଭୁକ୍ତ ହୋଇଥିବା କ୍ରୀଡାବିତ୍‌ ମାନେ ୨୩ ପ୍ରକାର ଖେଳରେ ସେମାନଙ୍କର ଉତ୍କର୍ଷ ପ୍ରଦର୍ଶନ କରିବେ । କଳିଙ୍ଗ ଷ୍ଟାଡିୟମ୍‌ ଓ କିଟ୍‌ କ୍ୟାମ୍ପସରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପିସିସିଏଫ୍‌ ଡକ୍ଟର ସନ୍ଦୀପ ତ୍ରୀପାଠୀ ।