Odia News Portal

ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ

ବ୍ରହ୍ମପୁର ରେଳ ଷ୍ଟେସନରୁ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ । ୧ ହଜାର ୬ ଜଣ ବରିଷ୍ଠ ନାଗରିକ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରାରେ ବାହାରିଛନ୍ତି । ପଯ୍ୟର୍ଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଦକ୍ଷିଣ ଓଡିଶା ତଥା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡା ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଯାତ୍ରୀମାନେ ତିରୁପତି, ମଦୁରାଇ ଓ ରାମେଶ୍ୱର ବୁଲି ଆସନ୍ତା ମାର୍ଚ୍ଚ ୪ରେ ଫେରି ଆସିବେ।

ଯାତ୍ରୀମାନେ ଟ୍ରେନରେ ଯିବା ପୁର୍ବରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଂଯୋଜନାରେ ପ୍ଲାଟଫର୍ମ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ଯାତ୍ରୀମାନଙ୍କୁ କିଟ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ବିଧାୟିକା ଲତିକା ପଣ୍ଡା, ବିଧାୟକ ଶ୍ରିକାନ୍ତ ସାହୁ, ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।